ETV Bharat / bharat

ଭିଡିଓ କନଫରେନ୍ସରେ ରାମ ମନ୍ଦିର ଭୂମିପୂଜା ପାଇଁ ପରାମର୍ଶ ଦେଲେ ଠାକରେ

author img

By

Published : Jul 26, 2020, 3:52 PM IST

ଏହି ସମାରୋହ ପାଇଁ ଉତ୍ତରପ୍ରଦେଶର ଲୋକ ଅଯୋଧ୍ୟା ଯାଇପାରିବେ । କିନ୍ତୁ ଲକ୍ଷ ଲକ୍ଷ ରାମ ଭକ୍ତ ସେଠାକୁ ଯିବା ସମ୍ଭବ ନୁହେଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: କୋରୋନା ମହାମାରୀ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବ । ତେବେ ଏହି ମହାମାରୀକୁ ଦୃଷ୍ଟିରେ ରଖି ଉତ୍ସବ ଭିଡିଓ କନଫରେନ୍ସ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଏନେଇ ଠାକରେ କହିଛନ୍ତି, ଏହି ସମାରୋହ ପାଇଁ ଉତ୍ତରପ୍ରଦେଶର ଲୋକ ଅଯୋଧ୍ୟା ଯାଇପାରିବେ । କିନ୍ତୁ ଲକ୍ଷ ଲକ୍ଷ ରାମ ଭକ୍ତ ସେଠାକୁ ଯିବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ଭୁମି ପୂଜନ ଭିଡିଓ କନଫରେନ୍ସ ମାଧ୍ୟମରେ କରାଯାଇପାରିବ। ଏହା ଦେଶପାଇଁ ଏକ ଆନନ୍ଦର ଘଟଣା ଏବଂ ଲକ୍ଷ ଲକ୍ଷ ଲୋକ ଏହି ଉତ୍ସବରେ ଯୋଗଦେବାକୁ ଆଗ୍ରହୀ ହେବେ। କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇ କୋରୋନା ଭାଇରସ ବିସ୍ତାରକୁ ବୃଦ୍ଧି କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ଠାକରେ ଆହୁରି କହିଛନ୍ତି ଯେ, ଏହା ଏକ ସାଧାରଣ ମନ୍ଦିର ନୁହେଁ। ବର୍ତ୍ତମାନ ଦେଶ କୋରୋନା ଭାଇରସ ମହାମାରୀ ସହ ଲଢୁଛି । ଦେଶରେ ଏବେ ଧାର୍ମିକ ସମାବେଶ ଉପରେ କଟକଣା ଲାଗିଛି । ମୁଁ ସମାରୋହ ପାଇଁ ଅଯୋଧ୍ୟା ଯାଇପାରିବି । କିନ୍ତୁ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ଯାଇପାରିବେ ନାହିଁ । ତେଣୁ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁମି ପୂଜନା କରାଯିବା ଉଚିତ ବୋଲି ସେ କହିଛନ୍ତି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟର ସଦସ୍ୟଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ତାରିଖ ଦିନ ଅଯୋଧ୍ୟା ଗସ୍ତ କରି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଭୂମି-ପୂଜନ କାର୍ଯ୍ୟର ଶୁଭାରମ୍ଭ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.