ETV Bharat / bharat

ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବା ଖବର ମିଥ୍ୟା !

author img

By

Published : Jul 29, 2020, 4:25 AM IST

ରାମ ମନ୍ଦିର ନିର୍ମାଣରେ କୌଣସି କ୍ୟାପସୁଲ ବ୍ୟବହାର ହେଉନଥିବା ସ୍ପଷ୍ଟ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାମନ୍ତ୍ରୀ ଚମ୍ପତ ରାୟ । ପୂର୍ବରୁ ଏହି ଖବରକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଅଧିକ ପଢନ୍ତୁ...

ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବା ଖବର ମିଥ୍ୟା !
ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବା ଖବର ମିଥ୍ୟା !

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ଏହି ମଧ୍ୟରେ ଏକ ଖବରକୁ ନେଇ ଚର୍ଚ୍ଚା ବେଶ ଜୋର ଧରିବାରେ ଲାଗିଛି । ତେବେ ଏହି ଖବର ଅନୁଯାୟୀ ମନ୍ଦିରର ଢାଞ୍ଚାରେ ଟାଇମ କ୍ୟାପସୁଲ ରଖାଯିବ, ଯେଉଥିରେ ମନ୍ଦିର ନିର୍ମାଣର ସମ୍ପୂର୍ଣ୍ଣ ଇତିହାସ ପ୍ରତିପାଦିତ ହେବ । ହେଲେ ଏହି ଖବରକୁ ଖଣ୍ଡନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାମନ୍ତ୍ରୀ ଚମ୍ପତ ରାୟ । ରାମ ମନ୍ଦିର ନିର୍ମାଣରେ କୌଣସି କ୍ୟାପସୁଲ ବ୍ୟବହାର ହେଉନଥିବା ସେ ସ୍ପଷ୍ଟ କରିଛନ୍ତି ।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କାମେଶ୍ବର ଚୌପାଲ ରବିବାର ଦାବି କରିଥିଲେ ଯେ ରାମ ମନ୍ଦିର ତଳେ ଏକ ଟାଇମ କ୍ୟାପସୁଲ ରଖାଯିବ । ଏହା ଫଳରେ ଭବିଷ୍ୟତରେ ମନ୍ଦିର ସହ ଜଡିତ ତଥ୍ୟକୁ ନେଇ କୌଣସି ବିବାଦ ଉପୁଜିବ ନାହିଁ । ବର୍ତ୍ତମାନ ଏହି ଦାବି ଚମ୍ପତ ରାୟ ଖାରଜ କରିବା ସହ ଏହାର କୌଣସି ସତ୍ୟତା ନଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.