ETV Bharat / bharat

ପ୍ରଭୁ ଶ୍ରୀରାମ ସର୍ବୋତ୍ତମ ମାନବୀୟ ମୂଲ୍ୟବୋଧର ଅବତାର: ରାହୁଲ ଗାନ୍ଧୀ

author img

By

Published : Aug 5, 2020, 3:09 PM IST

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନର ଭବ୍ୟ ସମାରୋହ ପାଳିତ ହେଉଛି । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଭୁ ରାମଙ୍କର ଅନେକ ମହାନ ଗୁଣକୁ ନେଇ ଏକ ଟ୍ୱିଟ ଜାରି କରିଛନ୍ତି ।

_rahul gandhi
ଭଗବାନ ରାମ ସର୍ବୋତ୍ତମ ମାନବୀୟ ମୂଲ୍ୟବୋଧର ଅବତାର ଅଟନ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନର ଭବ୍ୟ ସମାରୋହ ପାଳିତ ହେଉଛି । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଭୁ ଶ୍ରୀରାମଙ୍କର ଅନେକ ମହାନ ଗୁଣକୁ ନେଇ ଏକ ଟ୍ୱିଟ ଜାରି କରିଛନ୍ତି ।

ୱାୟନାଡ ସାଂସଦ ହିନ୍ଦୀରେ ଏକ ଟ୍ବିଟ୍ କରି କହିଛନ୍ତି, ଭଗବାନ ରାମ ସର୍ବୋତ୍ତମ ମାନବୀୟ ମୂଲ୍ୟବୋଧର ଅବତାର ଅଟନ୍ତି, ସେ ମାନବିକତାର ଆତ୍ମା ଅଟନ୍ତି ​​ଯାହା ଆମ ହୃଦୟର ଗଭୀରତାରେ ବାସ କରେ ।

ପ୍ରଭୁ ଶ୍ରୀରାମ ସର୍ବୋତ୍ତମ ମାନବୀୟ ମୂଲ୍ୟବୋଧର ଅବତାର: ରାହୁଲ ଗାନ୍ଧୀ
ପ୍ରଭୁ ଶ୍ରୀରାମ ସର୍ବୋତ୍ତମ ମାନବୀୟ ମୂଲ୍ୟବୋଧର ଅବତାର: ରାହୁଲ ଗାନ୍ଧୀ

ଏଥିସହ ସେ ଟ୍ବିଟରେ ଲେଖିଛନ୍ତି, ରାମ ପ୍ରେମ ଅଟନ୍ତି, ସେ କେବେ ଘୃଣା କରନ୍ତି ନାହିଁ । ରାମ ଦୟାଳୁ, ସେ କଦାପି ନିଷ୍ଠୁର ହୋଇପାରିବେ ନାହିଁ। ରାମ ନ୍ୟାୟର ପ୍ରତିକ ଅଟନ୍ତି, ସେ ଅନ୍ୟାୟର ସାଥ ଦିଅନ୍ତି ନାହିଁ ।

ସେହିପରି ମଙ୍ଗଳବାର କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ ଯେ ରାମ ମନ୍ଦିର ପାଇଁ ଭୂମି ପୂଜନ ଜାତୀୟ ଏକତା, ଭାଇଚାରା ଏବଂ ସାଂସ୍କୃତିକ ଭାବ ବୃଦ୍ଧିର ଉତ୍ସବ ଅଟେ ।

ପ୍ରକାଶ ଥାଉକି, ରାମ ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ 175 ଅତିଥି ଏହି ସମାରୋହରେ ସାମିଲ ହୋଇଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ପୂଜାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.