ETV Bharat / bharat

ଛତିଶଗଡ ସିଏମଙ୍କୁ ରାକ୍ଷୀ ପଠାଇଲେ ରାଜ୍ୟପାଳ, ମିଳିଲା ଏହି ଉପହାର - Rakshi sent the governor to Chhattisgarh CM

ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟପାଳ ଅନୁସୟା ଉଇକେ ସିଏମଙ୍କୁ ରାକ୍ଷୀ ପଠାଇଛନ୍ତି । ଏନେଇ ସିଏମ ମଧ୍ୟ ରାଜ୍ୟପାଳଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ...

ରାକ୍ଷୀପୂର୍ଣ୍ଣମୀ: ଛତିଶଗଡ ସିଏମଙ୍କୁ ରାଜ୍ୟପାଳ ପଠାଇଲେ ରାକ୍ଷୀ, ମିଳିଲା ଏହି ଉପହାର
http://10.10.50.80ରାକ୍ଷୀପୂର୍ଣ୍ଣମୀ: ଛତିଶଗଡ ସିଏମଙ୍କୁ ରାଜ୍ୟପାଳ ପଠାଇଲେ ରାକ୍ଷୀ, ମିଳିଲା ଏହି ଉପହାର:6060//finalout3/odisha-nle/thumbnail/03-August-2020/8276257_1100_8276257_1596438827425.png
author img

By

Published : Aug 3, 2020, 12:51 PM IST

ରାୟପୁର: ଆଜି ହେଉଛି ଭାଇ ଭାଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣମୀ ଏହି ଅବସରରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ସେହି କ୍ରମରେ ଛତିଶଗଡ ରାଜ୍ୟପାଳ ଅନୁସୁୟା ଉଇକେ ମଧ୍ୟ ରାକ୍ଷୀ ପୂର୍ଣ୍ଣମୀରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି । ତେବେ ରାଜ୍ୟପାଳଙ୍କ ରାକ୍ଷୀ ଏବେ ବେଶ ଚର୍ଚ୍ଚାରେ ରହିଛି । କାରଣ ସେଥିରେ ରାମ ନାମ ଲେଖା ହୋଇଛି । ସିଏମ ବାଘେଲ ରାକ୍ଷୀ ପାଇବା ପରେ ରାଜ୍ୟପାଳଙ୍କୁ ଉପହାର ସ୍ୱରୂପ ଏକ ଶାଢୀ ପଠାଇଛନ୍ତି। ଏନେଇ ଉଭୟ ସିଏମ ଓ ରାଜ୍ୟପାଳ ଟ୍ବିଟର ମାଧ୍ୟମରେ ରାକ୍ଷୀ ଏବଂ ରାକ୍ଷୀ ଉପହାରର ବିଷୟରେ ସୂଚନା ଦେଇଛନ୍ତି।

@bhupeshbaghel
@bhupeshbaghel

ରାକ୍ଷା ସହ ପଠାଯାଇଥିବା ଚିଠିରେ ରାଜ୍ୟପାଳ ଅନୁସୁୟା ଉଇକେ କୋରୋନା ମହାମାରୀ ହେତୁ ସିଏମଙ୍କ ସହ ସାକ୍ଷାତ ହୋଇ ପାରି ନ ଥିବାରୁ ଦୁଃଖ ପ୍ରକାଶ କରିଥିବା ଲେଖିଛନ୍ତି । ସେ ଚିଠିରେ କୋରୋନା ସଙ୍କଟ ସମୟରେ ଏହାର ମୁକାବିଲା କରିବାରେ ସିଏମ ବାଘେଲଙ୍କ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରାକ୍ଷୀପୂର୍ଣ୍ଣମୀ ଓ ଭୁଜଲିୟା ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ରାକ୍ଷୀ ବଦଳରେ ସିଏମ ବାଘେଲ ରାଜ୍ୟପାଳଙ୍କୁ ଚିଠି ଏବଂ ଉପହାର ପଠାଇ କୃତଜ୍ଞତା ଜଣାଇଛନ୍ତି।

@bhupeshbaghel
@bhupeshbaghel

ରାଜ୍ୟପାଳଙ୍କ ତରଫରୁ ରାକ୍ଷୀ ଗ୍ରହଣ କରି ଖୁସି ବ୍ୟକ୍ତ କରି ସିଏମ ବାଘେଲ କହିଛନ୍ତି ଯେ, ରାକ୍ଷୀପୂର୍ଣ୍ଣମୀ ଏବଂ ଭୁଜଲିୟା ପର୍ବ ଅବସରରେ ଆପଣ ମୋତେ ରାକ୍ଷୀ ପଠାଇ ଦେଇଥିବା ସ୍ନେହ ଏବଂ ଆଶୀର୍ବାଦ ତଥା ରାକ୍ଷୀ ପଠାଇ ଯେଉଁ ବିଶ୍ବସ ବ୍ୟକ୍ତ କରିଛନ୍ତି, ତାହା ମୋ ପାଇଁ ବହୁତ ଖୁସି ଏବଂ ସମ୍ମାନର ବିଷୟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.