ETV Bharat / bharat

ଜାନୁଆରୀ 26ରେ ରିଙ୍ଗ ରୋଡରେ ଟ୍ରାକ୍ଟର ରାଲି କରିବେ ଚାଷୀ: ରାକେଶ ଟିକାୟତ

author img

By

Published : Jan 18, 2021, 3:16 PM IST

କୃଷି ଆଇନ ପ୍ରସଙ୍ଗ ନେଇ ଆଜି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହାକୁ ନେଇ ଭାରତୀୟ କୃଷକ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

ଚାଷୀ ନେତା
ଚାଷୀ ନେତା

ନୂଆଦିଲ୍ଲୀ: କୃଷି ଆଇନ ପ୍ରସଙ୍ଗ ନେଇ ଆଜି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦିଲ୍ଲୀ ପୋଲିସ ମାଧ୍ୟମରେ ଦାଖଲ ହୋଇଥିବା କେନ୍ଦ୍ର ସରକାରଙ୍କ ଆବେଦନକୁ ଆଜି କୋର୍ଟ ଶୁଣାଣି କରିଛନ୍ତି। ଏହି ଆବେଦନ ଜରିଆରେ କୋର୍ଟଙ୍କୁ ଅନୁରୋଧ କରାଯାଇଛି ଯେ ପ୍ରସ୍ତାବିତ ଟ୍ରାକ୍ଟର ରାଲି କିମ୍ବା କୃଷକଙ୍କ ଅନ୍ୟ କୌଣସି ପ୍ରଦର୍ଶନକୁ ଜାନୁଆରୀ 26ରେ ବନ୍ଦ କରାଯାଉ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରାକ୍ଟର ପଦଯାତ୍ରା ସମ୍ପର୍କରେ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବା ଉଚିତ। ଏହାକୁ ନେଇ ଭାରତୀୟ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ସୁପ୍ରିମକୋର୍ଟ ଠିକ୍ କହିଛନ୍ତି। ଆମେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଉଛୁ। ଦିଲ୍ଲୀ ପୋଲିସକୁ ଆମେ ଟ୍ରାକ୍ଟର ରାଲି ପାଇଁ ରୁଟ୍ ମାଗିଛୁ। କୃଷକ 26 ଜାନୁଆରୀରେ ଦିଲ୍ଲୀର ରିଙ୍ଗ ରୋଡରେ ଟ୍ରାକ୍ଟର ମାର୍ଚ୍ଚ ହେବ। ରିଙ୍ଗ ରୋଡରୁ ଦିଲ୍ଲୀ ଭିତରକୁ ଟ୍ରାକ୍ଟର ମାର୍ଚ୍ଚ ପ୍ରବେଶ କରିବ ନାହିଁ। ଦେଢ ମାସରୁ ଅଧିକ ସମୟ ଧରି ଶାନ୍ତିପୂର୍ଣ୍ଣ ଭାବେ କୃଷକଙ୍କ ଆନ୍ଦୋଳନ ଚାଲିଛି ଏବଂ ଜାନୁଆରୀ 26 ରେ ହେବାକୁ ଥିବା ଟ୍ରାକ୍ଟର ଯାତ୍ରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ।

ଜାନୁଆରୀ 26 ରେ ଅନେକ ଟ୍ରାକ୍ଟର ରାଲିରେ ଦିଲ୍ଲୀର ରିଙ୍ଗ ରୋଡରେ ଯୋଗଦେବେ । ପ୍ରକାଶଥାଉକି, ଦେଢ ମାସରୁ ଅଧିକ ସମୟ ଧରି କୃଷକମାନେ ରାଜଧାନୀ ସୀମାରେ ଠିଆ ହୋଇ ଦିଲ୍ଲୀ ଗାଜିପୁର ସମେତ କୃଷି ଆଇନ ଫେରସ୍ତ ଏବଂ ଏମଏସପି ଗ୍ୟାରେଣ୍ଟି ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.