ETV Bharat / bharat

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଦଳ ଛାଡିଲେ ଆଉ 2 ବିଧାୟକ

author img

By

Published : Jun 4, 2020, 3:43 PM IST

Updated : Jun 4, 2020, 6:13 PM IST

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ଭୋଟ୍ ପୂର୍ବରୁ ଗୁଜୁରାଟରେ କଂଗ୍ରେସ ଏକ ବଡ ଧରଣର ସମସ୍ୟାର ସମ୍ମୁଖୀନ ହୋଇଛି । ଗୁଜୁରାଟର 2 ଜଣ ବିଧାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

congress MLAs resign
ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୁଜୁରାଟରେ କଂଗ୍ରେସ ବଡ ଧରଣର ସମସ୍ୟାର ସମ୍ମୁଖୀନ ହୋଇଛି । ଗୁଜୁରାଟର 2 ଜଣ ବିଧାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏହାପୂର୍ବରୁ ମାର୍ଚ୍ଚରେ ଗୁଜୁରାଟ କଂଗ୍ରେସର 5 ଜଣ ବିଧାୟକ ଇସ୍ତଫା ଦେଇଥିଲେ । ଏହା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା 68କୁ ହ୍ରାସ ପାଇଥିଲା ।

ପ୍ରକାଶଥାଉକି, କରଞ୍ଜନ୍ ବିଧାୟକ ଅକ୍ଷୟ ପଟେଲ ଇସ୍ତଫା ଦେଇଛନ୍ତି ଓ କପରାଡା ବିଧାୟକ ଜିତୁ ଚୌଧୁରୀ ଦଳ ସହ ସମ୍ପର୍କରେ ନାହାଁନ୍ତି । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ସେ ମଧ୍ୟ ଇସ୍ତଫା ଦେଇଛନ୍ତି । କଂଗ୍ରେସ ନେତାମାନେ କହିଛନ୍ତି ଅନ୍ୟ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି।

କଂଗ୍ରେସର ଜଣେ ନେତା କହିଛନ୍ତି, ମୁଁ 2 ଜଣ ବିଧାୟକଙ୍କ ଇସ୍ତଫା ନିଶ୍ଚିତ କରିପାରିବି । ତୃତୀୟ ବିଧାୟକଙ୍କ ବିଷୟରେ ନିଶ୍ଚିତ ନାହିଁ । ଏଥି ସହ ଗୁଜୁରାଟ କଂଗ୍ରେସ ସଭାପତି ରାଜୀବ ସତ୍ୟଭା କହିଛନ୍ତି, ଦେଶ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ସବୁଠାରୁ ବଡ ସ୍ବାସ୍ଥ୍ୟ, ଅର୍ଥନୈତିକ ଓ ମାନବୀୟ ସଙ୍କଟ ମଧ୍ୟରେ ଗତିକରୁଛି । ଏହା ସତ୍ତ୍ବେ ବିଜେପି ନିଜର ସମସ୍ତ ଶକ୍ତିବଳରେ ରାଜ୍ୟସଭା ନିର୍ବାଚନ ପାଇଁ ଘୋଡା ବେପାରରେ ଲାଗିଛି । ଏହା ଗୁଜୁରାଟର ଲୋକଙ୍କୁ କ୍ଷତି ପହଞ୍ଚାଇପାରେ ।

ଏହାପୂର୍ବରୁ ମାର୍ଚ୍ଚରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଯେତେବେଳେ ଏହାର 5 ଜଣ ବିଧାୟକ ଇସ୍ତଫା ଦେଇଥିଲେ, ପରେ ଏହାର ସଂଖ୍ୟା 68 କୁ ହ୍ରାସ ପାଇଥିଲା ।

Last Updated : Jun 4, 2020, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.