ETV Bharat / bharat

ଧନ୍ୟବାଦ ପ୍ରସ୍ତାବରେ ପ୍ରସନ୍ନଙ୍କ ଉଦବେଗ; କେନ୍ଦ୍ର ରାଜ୍ୟକୁ ଅଣଦେଖା କରିଛି

author img

By

Published : Feb 4, 2020, 10:39 PM IST

Updated : Feb 4, 2020, 11:30 PM IST

ଆଦିବାସୀ ମ୍ୟୁଜିୟମ ପ୍ରତିଷ୍ଠା ଘୋଷଣାକୁ ନେଇ ରାଜ୍ୟକୁ ଅଣଦେଖା କରିଥିବାରୁ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

Rajyasabha mp prasanna
Rajyasabha mp prasanna

ନୂଆଦିଲ୍ଲୀ: ଜାନୁୟାରୀ 31ରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃୟାରୀ 1ରେ ବଜେଟ ଆଗତ ପରେ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା । ମଙ୍ଗଳବାର ରାଜ୍ୟସଭାରେ ବିଜୁ ଜନତା ଦଳ ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି ।

ସାଂସଦ ଆଚାର୍ଯ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶରୁ ଜଳ ସଂକଟ ଦୂର ପାଇଁ ଆରମ୍ଭ କରିଛନ୍ତି ଜଳ ଜୀବନ ମିଶନ । ଏହି ଯୋଜନାର ଘୋଷଣା ସରକାର ରାଷ୍ଟ୍ରପତିଙ୍କ ମୁହଁରେ ସଂସଦରେ ମଧ୍ୟ ଘୋଷଣା କରାଇଲେ । ଭାଷଣରେ ରାଷ୍ଟ୍ରପତି କହିଲେ ଜଳ ଜୀବନ ମିଳନ ପାଇଁ 3 ଲକ୍ଷ 60 ହଜାର କୋଟି ଆବଶ୍ୟକ । ହେଲେ ପରଦିନ ଉପସ୍ଥାପିତ ହୋଇଥିବା ବଜେଟରେ ମାତ୍ର 11 ହଜାର କୋଟି ଦିଆଯାଉଛି ।

ଏଥିରୁ ସ୍ପଷ୍ଟ ହେଉଛି ଜଳ ସଂକଟକୁ ନେଇ କେନ୍ଦ୍ର ସରକାର କେତେ ତତ୍ପର ଅଛନ୍ତି । ଯେଉଁଠି 3 ଲକ୍ଷ 60 ହଜାର କୋଟି ଆବଶ୍ୟକ ସେଠି ଯଦି 11 ହଜାର କୋଟି ଦିଆଯିବ ତେବେ ଯୋଜନାର ସଫଳ ରୂପାୟନ ପାଇଁ କେତେ ଦିନ ସମୟ ଲାଗିବ ? ଯଦି ଏହି ହିସାବରେ ଅର୍ଥ ଦିଆଯାଏ ଯୋଜନା କେତୋଟି ପଞ୍ଚବାର୍ଷିକ ଯୋଜନା କରିବାକୁ ପଡିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଧନ୍ୟବାଦ ପ୍ରସ୍ତାବରେ ପ୍ରସନ୍ନଙ୍କ ଉଦବେଗ; କେନ୍ଦ୍ର ରାଜ୍ୟକୁ ଅଣଦେଖା କରିଛି

ସେହିପରି କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିବା ଆଦିବାସୀ ସ୍ବାଧିନତା ସଂଗ୍ରାମୀଙ୍କ ପାଇଁ ମ୍ୟୁଜିୟମରେ ଓଡିଶାକୁ ଗୁରୁତ୍ବ କେନ୍ଦ୍ର ସରକାର ଦେଇନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ନିଜର ଉଦବେଗ ଜଣାଇଥିଲେ । ରାଜ୍ୟର ବୀର ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବକ୍ସି ଜଗବନ୍ଧୁ ମହାପାତ୍ରଙ୍କ ଭଳି ବୀର ଯୋଦ୍ଧାଙ୍କ ନାଁ ନେଇ ପ୍ରସନ୍ନ କହିଥିଲେ ଲକ୍ଷ୍ମଣ ନାୟକ ଜଣେ ଗାନ୍ଧୀବାଦୀ ନେତା ଥିଲେ ।

1942 ଭାରତ ଛାଡ ଆନ୍ଦୋଳନରେ ଅଶଂ ଗ୍ରହଣ କରିଥିଲେ ଲକ୍ଷ୍ମଣ ନାୟକ । ସେ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରମୁଖ ଭୂମିକା ନେଇଥିଲେ । ଯେଉଁଥିରେ ତତ୍କାଳୀନ ବ୍ରିଟିଶ ସରକାର କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀଙ୍କ ଉପରୁ ଗୁଳି ଚଳାଇଥିଲା । ଯେଉଁଥିରେ 22 ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲେ ।

ହେଲେ ସେ ସବୁକୁ ଆଜି ଇତିହାସ ଅଣଦେଖା କରିଛି । ଆଇନ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିବାରୁ ତାଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜେଲକୁ ପଠାଯାଇଥିଲା । ଆଉ ଜଣେ ବୀର ଯୋଦ୍ଧା ଥିଲା ବୀର ସୁରେନ୍ଦ୍ର ସାଏ । ତାଙ୍କର ଅବଦାନ କଣ ସମସ୍ତେ ଜାଣନ୍ତି। ଏହାସହ ବକ୍ସି ଜଗବନ୍ଧୁ ମହାପାତ୍ର ବୀରତ୍ବର ସହ ବ୍ରିଟିଶଙ୍କ ବିରୋଧରେ ଲଢେଇ କରିଥିଲେ ।

ଅନ୍ୟପଟେ ବୀର୍ସା ମୁଣ୍ଡା ରାଞ୍ଚିରେ ଜନ୍ମ ହୋଇଥିଲେ ମଧ୍ୟ ଓଡିଶାର ଆଦିବାସୀ ବହୁଳ ସୁନ୍ଦରଗଡରେ ତାଙ୍କର ଲଢେଇ କରିଥିଲେ । ତାଙ୍କର ବୀରତ୍ବ ବଳିଦାନ ଅତୁଳନୀୟ । ଅଭୟ ଓଡିଶା ଓ ଝାଡଖଣ୍ଡରେ ବୀର୍ସା ମୁଣ୍ଡାଙ୍କ ବହୁ ପ୍ରତିମୂର୍ତ୍ତୀ ନିର୍ମାଣ ହୋଇଛି । ହେଲେ ଦୁଃଖର ବିଷୟ କେନ୍ଦ୍ର ସରକାର ଘୋଷଣା କରିଥିବା ଆଦିବାସୀ ମ୍ୟୁଜିୟମ ସ୍ଥାପନରେ ଓଡିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ।

ସୌଜନ୍ୟ: ରାଜ୍ୟସଭା ଟିଭି

Intro:Body:

BLANK FOR LINK 

Conclusion:
Last Updated : Feb 4, 2020, 11:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.