ETV Bharat / bharat

ଧନ୍ୟବାଦ ପ୍ରସ୍ତାବରେ ଆନନ୍ଦ ଶର୍ମାଙ୍କ ସଙ୍ଗୀନ ଅଭିଯୋଗ - ରାଷ୍ଟ୍ରପତିଙ୍କ ଅଭିଭାଷଣ

ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦର ଉଭୟ ଗୃହରେ ଜାରି ରହିଛି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା । ଆଲୋଚନାରେ ଭାଗନେଇ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଆଣିଲେ ଏହି ଅଭିଯୋଗ । ପଢନ୍ତୁ ସଂପୂର୍ଣ୍ଣ ଖବର...

Ananda sharma
Ananda sharma
author img

By

Published : Feb 6, 2020, 6:44 PM IST

ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିଥିଲେ । ପରେ ଫେବୃୟାରୀ 1 ରେ 2020-2021 ଆର୍ଥିକ ବର୍ଷର ବଜେଟ ଆଗତ ପରେ ଏବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି ।

ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଆନନ୍ଦ ଶର୍ମାଙ୍କ ସାଂଘାତିକ ଅଭିଯୋଗ

ଗୁରୁବାର ରାଜ୍ୟସଭାରେ କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ସାଂସଦ ଆନନ୍ଦ ଶର୍ମା ଆଲୋଚନାରେ ଭାଗ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଲୋଚନା ବେଳେ ଆନନ୍ଦ ଶର୍ମା କହିଛନ୍ତି ରାଷ୍ଟ୍ରପତିଙ୍କ ଭାଷଣରେ ସରକାରଙ୍କ ମନର ଭାଷା ସ୍ଥାନ ପାଇଥିଲା । ବିସ୍ତାର ଭାବେ ଭାଷଣରେ କୁହାଯାଇଥିଲା ଦେଶର ଦୃତ ବିକାଶ ହେଉଛି । ଦେଶରେ କୌଣସି ସମସ୍ୟା ନାହିଁ । ଦେଶ ବିକାଶ ପଥରେ ଆଗେଇ ଚାଲିଛି । ଦେଶରେ ସବୁ କିଛି ଠିକ ଅଛି । କିନ୍ତୁ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଦେଶରେ କଣ ଚାଲିଛି ସମସ୍ତେ ଜାଣନ୍ତି ।

ଆନନ୍ଦ ଅଭିଯୋଗ କରିଛନ୍ତି ଦେଶରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର ଯୁବକମାନେ ପଥଭ୍ରଷ୍ଟ । ଦେଶର ଭବିଷ୍ୟତ ତଥା ଛାତ୍ରଛାତ୍ରୀ ରାଜରାସ୍ତାରେ, ବର୍ତ୍ତମାନର ସ୍ଥିତିକୁ ଦେଖି ସେମାନେ ସଂଶୟରେ । ସମସ୍ତ ପିତାମାତା ଆଜି ଚିନ୍ତାରେ ବୋଲି ସେ ଅଭିଯୋଗ କରିଛନ୍ତି । ସରକାରଙ୍କ କେତେକ ବିବାଦୀୟ ନୀତି ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ଭାଷଣରେ ସ୍ଥାନ ପାଇଛି । ଭାରତ ସରକାର ରାଷ୍ଟ୍ରପତିଙ୍କ ସହ ମଧ୍ୟ ଅନ୍ୟାୟ କରିଛନ୍ତି ବୋଲେ ସେ ଅଭିଯୋଗ କରିଛନ୍ତି ।

ସୌଜନ୍ୟ: ରାଜ୍ୟସଭା

Intro:Body:

jkjkjkjkjk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.