ETV Bharat / bharat

ରାଜ୍ୟସଭା ସାଂସଦ ଆରସିପି ସିଂହ ହେଲେ ଜେଡିୟୁର ଜାତୀୟ ସଭାପତି - ଜେଡିୟୁର ଜାତୀୟ ସଭାପତି

ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ନିର୍ଣ୍ଣୟ ନେଇଛନ୍ତି । ଜେଡିୟୁ (ଜନତା ଦଳ ୟୁନାଇଟେଡ)ର ଜାତୀୟ ସଭାପତି ରାଜ୍ୟସଭା ସାଂସଦ ଆରସିପି ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ...

rajya sabha mp RCP Singh appointed as JDU national president
ରାଜ୍ୟସଭା ସାଂସଦ ଆରସିପି ସିଂହ ହେଲେ ଜେଡିୟୁର ଜାତୀୟ ସଭାପତି
author img

By

Published : Dec 27, 2020, 6:18 PM IST

ପାଟନା: ରାଜ୍ୟସଭା ସାଂସଦ ଆରସିପି ସିଂହ ହେଲେ ଜେଡିୟୁ (ଜନତା ଦଳ ୟୁନାଇଟେଡ)ର ଜାତୀୟ ସଭାପତି । ଏ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି ।

rajya sabha mp RCP Singh appointed as JDU national president
ରାଜ୍ୟସଭା ସାଂସଦ ଆରସିପି ସିଂହ ହେଲେ ଜେଡିୟୁର ଜାତୀୟ ସଭାପତି

ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ନିର୍ଣ୍ଣୟ ନେଇଛନ୍ତି । ଜେଡିୟୁର ଜାତୀୟ ସଭାପତି ନୀତିଶ କୁମାର ଦଳର ନୂତନ ଜାତୀୟ ସଭାପତି ପାଇଁ ରାଜ୍ୟସଭା ସଦସ୍ୟ ଆରସିପି ସିଂହଙ୍କ ନାମକୁ ପ୍ରସ୍ତାବ ଆଣିଥିଲେ । ଏହାକୁ ସର୍ବସମ୍ମତିକ୍ରମେ ପାସ କରାଇ ନିର୍ବାଚିତ କରାଯାଇଛି । ଏହା ପରେ ଆରସିପି ସିଂହ ଜେଡିୟୁର ନୂତନ ଜାତୀୟ ସଭାପତି ଭାବରେ ନିଯୁକ୍ତି ପାଇଛନ୍ତି । ଜେଡିୟୁର ସମସ୍ତ ନେତା ତଥା ସାଂସଦ ବିଧାୟକ ମନ୍ତ୍ରୀ ଦଳର କର୍ମୀ ନୀତିଶ କୁମାର ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

ଆରସିପି ସିଂହକୁ ଦଳର ନୂତନ ଜାତୀୟ ସଭାପତି ଘୋଷଣା କରାଯିବାପରେ ଦଳରେ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ପାଟନାରେ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ମିଠା ବାଣ୍ଟିବା ସହ ନୀତିଶ କୁମାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେ ରାଜନୀତିକୁ ଆସିବା ପୂର୍ବରୁ ୟୁପି କ୍ୟାଡରର ଆଇଏଏସ ଅଫିସର ଥିଲେ । ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତ୍ୟନ୍ତ ଘନିଷ୍ଠ ରହିଥିବା ବେଳେ ତାଙ୍କ କାର୍ଯ୍ୟକାଳରେ ସେ ପ୍ରିନ୍ସପାଲ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଥିଲେ ।

ସୂଚନାଥାଉକି ଜେଡିୟୁ ଏକ ଜାତୀୟ ରାଜନୈତିକ ଦଳ ଭାବରେ କାର୍ଯ୍ୟ କରୁଛି । ଗତ 2020 ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ଓ ବିଜେପି ମେଣ୍ଟ ସରକାର ଗଠନ କରିଛନ୍ତି । କିନ୍ତୁ ବର୍ତ୍ତମାନ ବିହାରରେ ପ୍ରଥମଥର ପାଇଁ ଜେଡିୟୁର ଆସନ ସଂଖ୍ୟା ହ୍ରାସ ପାଇଛି । ତେଣୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ସଂଗଠନକୁ ଜାତୀୟ ସ୍ତରରେ ଅଧିକ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.