ନୂଆଦିଲ୍ଲୀ: କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନ ସ୍ଥଗିତ ପାଇଁ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । କୋରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀ ସମ୍ପୂର୍ଣ୍ଣ ଲକ ଡାଉନ ରହିଛି । ଏନେଇ ରାଜ୍ୟସଭା ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ 26ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା।
ରାଜ୍ୟସଭାରେ 55 ଟି ଆସନ ପାଇଁ ମାର୍ଚ୍ଚ 26ରେ ଅନୁଷ୍ଠିତ ହେବାକୁ ଥିଲା ନିର୍ବାଚନ । ବିନା ଭୋଟିଂରେ 37 ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅବଶିଷ୍ଟ 18 ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ ।