ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବର 14ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ତେବେ ଗୃହକାର୍ଯ୍ୟର ପ୍ରଥମ ଦିନ ହିଁ ରାଜ୍ୟସଭାରେ ହଙ୍ଗାମା ହେବ ବୋଲି ଆଶା କରାଯାଉଛି । କାରଣ ସେପ୍ଟେମ୍ବର 14ରେ ରାଜ୍ୟସଭା ଉପସଭାପତି ନିର୍ବାଚନ ହେବ ।
ଏହି ନିର୍ବାଚନ ସେପ୍ଟେମ୍ବର 14 ଅପରାହ୍ନ 3ଟା ସମୟରେ ଅନୁଷ୍ଠିତ ହେବ । ଏଥିପାଇଁ ସେପ୍ଟେମ୍ବର 11 ତାରିଖ ଅପରାହ୍ନ 12ଟା ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ । ରାଜ୍ୟସଭା ଉପସଭାପତିଙ୍କ ଚୟନ ରାଜ୍ୟସଭା ସାଂସଦଙ୍କ ଭୋଟିଂ ଆଧାରରେ ହୁଏ ।
ସୂଚନାଯୋଗ୍ୟ ଯେ, ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ବର୍ତ୍ତମାନ ଏହି ପଦବୀରେ ଅଛନ୍ତି । ତାଙ୍କ ସଦସ୍ୟତାର ପ୍ରଥମ କାର୍ଯ୍ୟକାଳ ଏପ୍ରିଲ 9 ତାରିଖରେ ସମ୍ପୁର୍ଣ୍ଣ ହୋଇସାରିଛି । ତେବେ ସେ ପୁଣିଥରେ ଏହି ପଦ ପାଇଁ ନିର୍ବାଚିତ ହୋଇପାରନ୍ତି ବୋଲି ସମ୍ଭାବନା ପ୍ରକାଶ ପାଇଛି ।