ETV Bharat / bharat

ଚଳିତ ବର୍ଷ ରାଜ୍ୟସଭାରେ 73 ସିଟ ହେବ ଖାଲି; ତଥାପି ବିଜେପି ବହୁମତରୁ ରହିବ ଦୂରରେ - ରାଜ୍ୟସଭା ସାଂସଦ

ଚଳିତ ବର୍ଷ ରାଜନୈତିକ ଦୃଷ୍ଟି କୋଣରୁ ଦେଶର ସଂସଦ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ରାଜ୍ୟସଭାକୁ ଆସିବେ 73 ଜଣ ନୂଆ ସଦସ୍ୟ । ଶାସକ ବିଜେପି ଯେଉଁ ସ୍ବପ୍ନ ଦେଖୁଥିଲା ବର୍ଷ 2020ରେ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ତାହା ଏବେ ପୂରଣ ହେବନାହିଁ । କାହିଁକି ବିଜେପି ସ୍ବପ୍ନ ପୂରଣ ହେବ ନାହିଁ ? କଣ ରହିଛି ଅଙ୍କ? କେଉଁଠି ବିଜେପିର ଗଣିତ ଫେଲ ମାରିଲା ? କେମିତି ହୁଏ ରାଜ୍ୟସଭା ଭୋଟ, କିଏ ଦିଅନ୍ତି ଭୋଟ ପଢନ୍ତୁ ବିସ୍ତୃତ ଭାବେ ...

PHOTO
rajya abha
author img

By

Published : Jan 6, 2020, 11:57 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଚଳିତ ବର୍ଷ 69 ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି 69ଜଣଙ୍କ ମଧ୍ୟରେ 18 ସଦସ୍ୟ ବିଜେପିର ଥିବାବେଳେ 17 ସଦସ୍ୟ କଂଗ୍ରେସର ଅଛନ୍ତି । ଏହାସହ ପୂର୍ବରୁ 4ସିଟ ଖାଲି ପଡିଛି । ଅର୍ଥାତ ମୋଟ ଉପରେ 73 ସିଟରେ ଚଳିତ ବର୍ଷ ନିର୍ବାଚନ ହେବ । ସେହି ଦୃଷ୍ଟିରୁ ରାଜ୍ୟସଭା ନିର୍ବାଚନର ବେଶ ଗୁରୁତ୍ବ ବଢିଯାଇଛି ।

ରାଜ୍ୟସଭା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ 2020ରେ କେବଳ ୟୁପିରେ 10ଟି ସିଟରେ ନିର୍ବାଚନ ହେବ । ରାଜ୍ୟରେ ବିଜେପି ସରକାର ଅଛି । ତେଣୁ ଅଧିକ ସିଟ ବିଜେପି ଖାତାକୁ ଯିବା ସ୍ପଷ୍ଟ । ୟୁପିରେ ବେଶି କ୍ଷତି ସହିବ ସମାଜବାଦୀ ପାର୍ଟି ।

ରାଜ୍ୟ ଗୁଡିକର ଗଣିତ ବିଜେପି ବିପକ୍ଷରେ

ବର୍ତ୍ତମାନ ସ୍ଥିତିରେ କେନ୍ଦ୍ରରେ ଶାସକ ବିଜେପି ପାଇଁ ରାଜ୍ୟସଭା ନିର୍ବାଚନ ଆଶା ଜନକ ହେବ ନାହିଁ । ଏତେ ସଂଖ୍ୟକ ସିଟ ଖାଲି ହେଉଥିଲେ ମଧ୍ୟ ବିଜେପି ରାଜ୍ୟସଭାରେ ବହୁମତ ହାସଲ କରିପାରିବ ନାହିଁ । ନିକଟ ଭବିଷ୍ୟତରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ହିଁ ଏହାର କାରଣ । ଏହି ଦୃଷ୍ଟିରୁ ବିଜେପି ଯେଉଁ ଆଶା ରଖିଥିଲା ରାଜ୍ୟସଭାରେ ବହୁମତ ହାସଲ କରିବା ପାଇଁ ତାହା ଏବେ ପୂରଣ ହୋଇପାରିବ ନାହିଁ । ଅନ୍ୟପଟେ କଂଗ୍ରେସ ପାଇଁ ରାଜ୍ୟସଭାରେ ଚଳିତ ବର୍ଷ ବେଶ ଉତ୍ସାହ ଜନକ ହୋଇପାରେ । କାରଣ କଂଗ୍ରେସ ଓ କଂଗ୍ରେସର ସହଯୋଗୀ ଦଳ ଏଥର ରାଜ୍ୟସଭାରେ ନିଜ ସଦସ୍ୟ ସଂଖ୍ୟା ବଢାଇବାରେ ସକ୍ଷମ ହେବେ । 2018 ଓ 2019ରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଏବେ ରାଜ୍ୟସଭାରେ ପଡିବ ।

245 ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ କଂଗ୍ରେସ ଓ କଂଗ୍ରେସର ସହଯୋଗୀ ଦଳ ଗୁଡିକର ସଦସ୍ୟ ସଂଖ୍ୟାରେ ବୃଦ୍ଧିପାଇବ । ବର୍ତ୍ତମାନ ବିଜେପିର ନିଜସ୍ବ ସଦସ୍ୟ ସଂଖ୍ୟା 83 ଥିବାବେଳେ କଂଗ୍ରେସର 46 ଅଛନ୍ତି । ଏହି 73 ସିଟରେ ନିର୍ବାଚନ ହେଲେ ମଧ୍ୟ ବିଜେପିର ସଂଖ୍ୟା ବୃଦ୍ଧି ପାଇବ ସତ ହେଲେ ଦଳ ବହୁମତ ଠାରୁ ଦୂରରେ ରହିବ । ଏହି ବର୍ଷ ରାଜ୍ୟସଭାର ଅନେକ ବରିଷ୍ଠ ନେତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ରାମଦାସ ଅଠାବଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଭଳି ନେତା ଅଛନ୍ତି । କଂଗ୍ରେସରୁ ଦିଗବିଜୟ ସିଂ, ଏନସିପି ପ୍ରମୁଖ ଶରଦ ପାୱାରଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ ।

ରାଜ୍ୟସଭା ସାଂସଦଙ୍କୁ କେଉଁମାନେ ଭୋଟ ଦିଅନ୍ତି?

ରାଜ୍ୟସଭା ସାଂସଦଙ୍କୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ଭୋଟ ଦେଇଥାନ୍ତି । ରାଜ୍ୟସଭାରେ କେଉଁ ରାଜ୍ୟର କେତେ ସଦସ୍ୟ ରହିବେ ତାହା ସେହି ରାଜ୍ୟର ଲୋକସଂଖ୍ୟା ଉପରେ ନିର୍ଭର କରେ । ସବୁଠାରୁ ରାଜ୍ୟସଭାରେ ଅଧିକ ଉତ୍ତର ପ୍ରଦେଶରୁ 34 ଜଣ ଥିବାବେଳେ ମଣିପୁର, ମିଜୋରାମ, ସିକିମ ଓ ତ୍ରିପୁରା ଭଳି ଛୋଟ ରାଜ୍ୟରୁ ଗୋଟିଏ ଲେଖାଏଁ ସଦସ୍ୟ ଅଛନ୍ତି । ଜନ ପ୍ରତିନିଧି ଆଇନ ଧାରା 154 ଅନୁସାରେ ରାଜ୍ୟସଭାର ସଦସ୍ୟଙ୍କ କାର୍ଯ୍ୟକାଳ 6 ବର୍ଷ ହୋଇଥାଏ । ପ୍ରତ୍ୟେକ ଦୁଇବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅବସର ନେଇଥାନ୍ତି ଯେଉଁଥିପାଇଁ ରାଜ୍ୟସଭା କେବେ ଭାଙ୍ଗିନଥାଏ ।

ରାଜ୍ୟସଭା ପାଇଁ କେମିତି ହୋଇଥାଏ ନିର୍ବାଚନ ?

ଉତ୍ତର ପ୍ରଦେଶ ବିଧାନସଭାରେ 403 ଜଣ ବିଧାୟକ ଅଛନ୍ତି । ଏହି ବର୍ଷ ଏହି ରାଜ୍ୟରୁ 10ଟି ସିଟ ପାଇଁ ନିର୍ବାଚନ ହେବ । ରାଜ୍ୟସଭାକୁ ନିର୍ବାଚିତ ହେବାପାଇଁ ଜଣେ ପ୍ରାର୍ଥୀଙ୍କୁ କେତେ ଭୋଟ ଆବଶ୍ୟକ ଏହା ନିର୍ଦ୍ଧାରଣ କରିବା ପାଇଁ ମୋଟ ବିଧାୟକ ସଂଖ୍ୟା ସହ 10 ବିଧାୟକଙ୍କ ଗୁଣନ କରାଯାଏ, ଏଥିରେ ପୁଣି ଏକ ସଂଖ୍ୟା ମିଶାଯାଇ ଭାଗ କରାଯାଏ । ଅର୍ଥାତ 403/11=36.66 ଏଥିରେ ପୁଣି 1 ମିଶାଯାଏ । ଅର୍ଥାତ ଅତିକମରେ 37 ବିଧାୟକଙ୍କ ସମର୍ଥନ ଆବଶ୍ୟକ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହେବାପାଇଁ ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ମୋଟ 250 ଆସନ ଥିବାବେଳେ ସେଥିମଧ୍ୟରୁ 12 ଜଣ ମନୋନୀତ ହୋଇ ରାଜ୍ୟସଭାକୁ ଆସୁଥିବା ବେଳେ ଅବଶିଷ୍ଟ 238 ଜଣ ସାଂସଦ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଥାନା ଠେଲକୋଡୁଙ୍ଗରି ଗାଁରେ ଅଘଟଣ । ବିଷଧର ସାପ କାମୁଡ଼ାରେ ଯୁବକ ମୃତ । ମୃତ ଯୁବକ ଜଣକ ଶୈଳେନ୍ଦ୍ର ଗହୀର ବୋଲି ଜଣାପଡିଛି ।ପ୍ରାକ୍ତ ଶୁଚନା ମତେ ଆଜି ସକାଳ 10 ଘଣ୍ଟା ସମୟରେ ଶୈଳେନ୍ଦ୍ର ଘର ବାରିପଟେ ଚାରା ଲଗାଉଥିଲେ । ସେତେବେଳେ ଏକ ବିଷଧର ସାପ ଆସି ପାଦରେ କାମୁଡି ଚାଲିଯାଇଥିଲେ । ଶୈଳେନ୍ଦ୍ର ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ପରିବାର ଲୋକେ ଚିକିତ୍ସା ପାଇଁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଡାକ୍ତର ସେଠାରେ ଶୈଳେନ୍ଦ୍ର ଗହୀର ଙ୍କୁ ମୃତ ଘୋଷଣା କରିଛନ୍ତି । Body:ସାପ କାମୁଡ଼ାରେ ଜଣେ ମୃତConclusion:ମୃତକ ଶୈଳେନ୍ଦ୍ର ଗହୀର 20
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.