ETV Bharat / bharat

ଜାପାନ ପ୍ରତିପକ୍ଷଙ୍କ ସହ ରାଜନାଥ ସିଂହଙ୍କ ଆଲୋଚନା - ଜାପାନ ଓ ଭାରତ

ପ୍ରତିରକ୍ଷା ମନ୍ତ୍ରୀ ଲେଖିଛନ୍ତି ଯେ କୋଭିଡ-19 ମୁକାବିଲା ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସଫଳ ଆଲୋଚନା ହୋଇଛି । ଉଭୟ ଦେଶରେ କୋରୋନା ପରିସ୍ଥିତି ଉପରେ କଥାବାର୍ତ୍ତା ହୋଇଛୁ । ଅଧିକ ପଢନ୍ତୁ...

ଜାପାନ ପ୍ରତିପକ୍ଷଙ୍କ ସହ ରାଜନାଥ ସିଂହଙ୍କ ଆଲୋଚନା

author img

By

Published : May 9, 2020, 1:15 AM IST

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ନେଇ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ଜାପାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଜାପାନ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋଙ୍କ ସହ ମହାମାରୀ ବିଷୟରେ ସେ ଆଲୋଚନା କରିଛନ୍ତି । ଏନେଇ ରାଜନାଥ ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ଲେଖିଛନ୍ତି ଯେ କୋଭିଡ-19 ମୁକାବିଲା ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସଫଳ ଆଲୋଚନା ହୋଇଛି । ଉଭୟ ଦେଶରେ କୋରୋନା ପରିସ୍ଥିତି ଉପରେ କଥାବାର୍ତ୍ତା ହୋଇଛୁ । ମୁକାବିଲା ନେଇ ଏକାଠି ଲଢେଇ କରିବା ପାଇଁ 2 ନେତା ନିଷ୍ପତ୍ତି ନେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଦୃଢ ରହିଛି । କୋରୋନା ମୁକାବିଲାରେ ଏହି ସମ୍ପର୍କ ଏକାଠି ଆଗକୁ ବଢିବ ବୋଲି ରାଜନାଥ କହିଛନ୍ତି ।

ସେହିପରି ରାଜନାଥ ଭାରତର ପଦକ୍ଷେପ ସମ୍ପର୍କରେ ଜାପାନ ପ୍ରତିପକ୍ଷଙ୍କୁ ଅବଗତ କରାଇଥିଲେ । ଏହାସହ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଆଧାରରେ ସେମାନେ ବିଶ୍ବ ସ୍ତରରେ କୋଭିଡ-19 ମୁକାବିଲା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉଭୟ ଦେଶରେ ଅଟକିଥିବା ନିଜ ନିଜ ନାଗରିକଙ୍କ ସୁରକ୍ଷା ଉପରେ ନେଇଥିବା ପଦକ୍ଷେପ ବିଷୟରେ ପରସ୍ପରକୁ ଜଣାଇଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.