ନୂଆଦିଲ୍ଲୀ: ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଭାରତ ଆଧାର ହୋଇପାରିବ ବୋଲି ଏରୋ ଇଣ୍ଡିଆ 2021 ଗୋଲଟେବୁଲ ବୈଠକରେ ସାମିଲ ହୋଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଏବଂ ଏରୋସ୍ପେସ ଶିଳ୍ପରେ ଆମେ 5ଟି ଶୀର୍ଷ ଦେଶ ମଧ୍ୟରେ ସାମିଲ ହେବୁ। ଏହା ଉତ୍ପାଦନ, ଆତ୍ମନିର୍ଭରଶୀଳତା ଏବଂ ସରକାରୀ ତଥା ବେସରକାରୀ କ୍ଷେତ୍ରଗୁଡିକର ସକ୍ରିୟ ଅଂଶଗ୍ରହଣ ସହିତ ଅନ୍ୟ ବନ୍ଧୁତ୍ବପୂର୍ଣ୍ଣ ଦେଶର ଚାହିଦାକୁ ପୂରଣ କରିବ ।
ରାଜନାଥ କହିଛନ୍ତି, ଭାରତୀୟ ପ୍ରତିରକ୍ଷା ଏବଂ ଏରୋସ୍ପେସ ଶିଳ୍ପଗୁଡିକର ଦକ୍ଷତା ପ୍ରଦର୍ଶନ କ୍ଷେତ୍ରରେ ଏରୋ ଇଣ୍ଡିଆ ନିଜ ପାଇଁ ଏକ ସ୍ଥାନ ହାସଲ କରିଛି । ଭାରତ ଏହି କ୍ଷେତ୍ରେରେ ଏକ ପ୍ରମୁଖ ଆନ୍ତର୍ଜାତୀୟ ଇଭେଣ୍ଟରେ ପରିଣତ ହୋଇଛି | ଦ୍ବିବାର୍ଷିକ ଏୟାର ସୋ ଏବଂ ବିମାନ ଚଳାଚଳ ପ୍ରଦର୍ଶନର ଏହି 13 ତମ ସଂସ୍କରଣ 3 ଫେବୃଆରୀ 2021 ରୁ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ବୈଠକକୁ ସମ୍ବୋଧନ କରି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଏରୋ ଇଣ୍ଡିଆ ବିଶ୍ବ ଏବଂ ଭାରତର ପ୍ରତିରକ୍ଷା ଓ ଏରୋସ୍ପେସ ଶିଳ୍ପ ମଧ୍ୟରେ ଦୀର୍ଘମିଆଦୀ, ପାରସ୍ପରିକ ଲାଭଦାୟକ ଭାଗିଦାରୀ ପାଇଁ ବଡ଼ ସୁଯୋଗ ପ୍ରଦାନ କରିବ।