ETV Bharat / bharat

ସୀମା ବିବାଦ ମଧ୍ୟରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ରାଜନାଥ ସିଂହ ! - ସୀମା ବିବାଦ ମଧ୍ୟରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଚୀନ ପ୍ରତିପକ୍ଷ ୱାଇ ଫେଙ୍ଗେଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।

ସୀମା ବିବାଦ ମଧ୍ୟରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ରାଜନାଥ ସିଂହ !

author img

By

Published : Sep 4, 2020, 5:03 PM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଚୀନ ପ୍ରତିପକ୍ଷ ୱାଇ ଫେଙ୍ଗେଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଉଭୟ ନେତା ମସ୍କୋରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା କରିବାର ସମ୍ଭାବନା ରହିଛି ।

ତେବେ ମେ ମାସ ଆରମ୍ଭରେ ପୂର୍ବ ଲଦାଖରେ ସୀମା ବିବାଦ ବଢିବା ପରେ ଏହା ଉଭୟ ପକ୍ଷର ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ ହେବ । ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଟେଲିଫୋନ୍‌ରେ ଆଲୋଚନା କରିଥିଲେ। ସିଂ ଏବଂ ୱାଇ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ମସ୍କୋରେ ଅଛନ୍ତି।

ତେବେ ଏହି ବୈଠକ ପାଇଁ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି। ଏହି ବୈଠକ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ପୂର୍ବ ଲଦାଖର ଅନେକ ସ୍ଥାନରେ ଭାରତ ଏବଂ ଚୀନ ସୈନ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ପାଞ୍ଚ ଦିନ ପୂର୍ବେ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ ସୈନ୍ୟ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେମାନେ ଭାରତୀୟ ସୈନିକଙ୍କ ଠାରୁ ତଡା ଖାଇଥିଲେ । ତେବେ ଏହି ଘଟଣାପରେ ଉଭୟ ପକ୍ଷ କୂଟନୈତିକ ଏବଂ ସାମରିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ସେପଟେ ଚୀନର ଉଦ୍ୟମକୁ ଦୃଷ୍ଟିରେ ରଖି ସେନା ମୁଖ୍ୟ ଜେନେରାଲ ଏମ ଏମ ନରଭାଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.