ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଡିରେକ୍ଟୋରେଟ ଜେନେରାଲ ନ୍ୟାସନାଲ କ୍ୟାଡେଟ କର୍ପସ (ଡିଜିଏନ୍ସିସି) ମୋବାଇଲ ଟ୍ରେନିଂ ଆପ୍ ଉନ୍ମୋଚନ କରିଛନ୍ତି । କୋରୋନା ପରିପ୍ରେକ୍ଷୀରେ ତଥା ଡିଜିଟାଲ ଶିକ୍ଷଣ କ୍ଷେତ୍ରରେ ଏନସିସି କ୍ୟାଡେଟମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ସେ ପ୍ରକାଶ କରିଛନ୍ତି ।ପ୍ରତିରକ୍ଷାମନ୍ତ୍ରୀ ଏନେଇ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ଏହା ସହ ସେ ମେକ ଇନ ଇଣ୍ଡିଆରେ ଦେଶ ବେଶ ସଫଳତା ହାସଲ କରିବ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ନିଶ୍ଚିତ ଯେ ଆମର ସହଯୋଗୀ ତଥା ସହଯୋଗୀ ପ୍ରୟାସ ମାଧ୍ୟମରେ କେବଳ 'ମେକ୍ ଇନ୍ ଇଣ୍ଡିଆ' ନୁହେଁ ବରଂ ଆମେ 'ମେକ୍ ଫର୍ ୱାର୍ଲ୍ଡ' ମଧ୍ୟ ହାସଲ କରିବୁ ।
ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟରରେ ଲେଖିଛନ୍ତି, ଡିଜିଏନ୍ସିସି ମୋବାଇଲ୍ ଟ୍ରେନିଂ ଆପ୍ ଆଜି ଉନ୍ମୋଚନ କରିଛି। ଡିଜିଟାଲ ଶିକ୍ଷଣ କ୍ଷେତ୍ରରେ ତଥା କୋରୋନା ମହାମାରୀ ସାମାଜିକ ଦୂରତ୍ବ ରଖି ଶିକ୍ଷା ଗ୍ରହଣ କରିବାରେ ଏହା ଏନସିସି କ୍ୟାଡେଟ୍ଙ୍କ ପାଇଁ ଉପଯୋଗୀ ହେବ।
ଏହି ଅବସରରେ କୋରୋନା ମହାମାରୀ ସମୟରେ ଏନସିସି କ୍ୟାଡେଟଙ୍କ କାର୍ଯ୍ୟକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ।
ସେ ଆହୁରି ଲେଖିଛନ୍ତି ଯେ, କୋରୋନା ଭାଇରସ ସବୁକିଛି ବନ୍ଦ କରିଦେଇଛି। କିନ୍ତୁ ଯଦି ଆମେ ଆଗକୁ ବଢିବାକୁ ଚାହିଁବା ତେବେ କୌଣସି ଶକ୍ତି ଆମକୁ ଅଟକାଇ ପାରିବ ନାହିଁ । ଆମେ ଲଢିବୁ ଓ ଜିତିବୁ ପ୍ରତ୍ୟେକ କ୍ୟାଡେଟଙ୍କ ଏହି ଆତ୍ମବିଶ୍ୱାସ ରହିବା ଉଚିତ୍।
ସେ ଜଣେ ଏନସିସି କ୍ୟାଡେଟ ଥିବା ପ୍ରକାଶ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁଷମା ସ୍ୱରାଜ ଏବଂ ମନୋହର ପାରିକର ମଧ୍ୟ ଏନସିସି କ୍ୟାଡେଟ ରହିଥିବା କଥା ଉଲ୍ଲେଖ କରିଛନ୍ତି ।
ସେ ଆହୁରି ମଧ୍ୟ ଟ୍ୱିଟ୍ କରିଛନ୍ତି, ‘ଏନସିସି ଦେଶ ପାଇଁ ଏକତା, ଶୃଙ୍ଖଳା, ସେବା ପ୍ରଦାନ କରେ। ଆପ୍ ଲଞ୍ଚ ସମୟରେ ଏନସିସି କ୍ୟାଡେଟଙ୍କ ସହ କଥାବାର୍ତ୍ତା କଲି ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଲି। ମୁଁ ସେମାନଙ୍କୁ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।"
@ANI