ETV Bharat / bharat

ଉଦଘାଟିତ ହେଲା ମାନସରୋବର ଲିଙ୍କ ରୋଡ

ଉଦଘାଟିତ ହେଲା କୈଳାଶ ମାନସରୋବର ଲିଙ୍କ ରୋଡ । ଶୁକ୍ରବାର ଦିିନ ଭିଡିଓ କନଫରେନ୍ସି ଯୋଗେ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

author img

By

Published : May 8, 2020, 3:16 PM IST

Rajnath Singh inaugurates link road to Kailash Mansarovar yatra
ଭିଡିଓ କନଫରେନ୍ସିରେ କୈଳାଶ ମାନସରୋବର ଲିଙ୍କ ରୋଡ ଉଦଘାଟନ କଲେ ରାଜନାଥ ସିଂ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକଟ ଜାରି ରହିଥିବା ବେଳେ ମଧ୍ୟ ଭାରତ ନିଜର ବିକାଶ ଆଭିମୁଖ୍ୟରେ ପ୍ରତିଶୃତିବଦ୍ଧ ରହିଛି । ଆଜି ଯାହା ପ୍ରମାଣିତ ହୋଇଛି ।

ଶୁକ୍ରବାର ନୂଆଦିଲ୍ଲୀ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସି ଯୋଗେ କୈଳାଶ ମାନସରୋବରକୁ ସଂଯୋଗ କରୁଥିବା ଏକ ଲିଙ୍କ ରୋଡକୁ ଉଦଘାଟନ କରିଛନ୍ତି ।

ସୂଚନା ଅନୁସାରେ ଧର୍ଚୁଲା(ଉତ୍ତରାଖଣ୍ଡ)ରୁ ଲିପୁଲେଖ(ଚୀନସୀମା) ପର୍ଯ୍ୟନ୍ତ ଏକ ନୂଆ ସଡକକୁ ଉଦଘାଟନ କରିଛନ୍ତି । ଏହି ରାସ୍ତା ଉଦଘାଟନ ହେବାଦ୍ବାରା ବିଶେଷ କରି ଭାରତୀୟ ସେନାକୁ ଫଳପ୍ରଦ ହେବ । ସେନା ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ସୀମାକୁ ପରିବହନ କରିପାରିବ । ଦିନେ ଯେଉଁ ଚୀନ ସୀମାକୁ ଯିବାପାଇଁ ସେନାକୁ ଅନେକ ସମସ୍ୟା ସାମନା କରିବାକୁ ପଡୁଥିଲା ଏବେ ତାହା ଆଉ ନାହିଁ ।

ବର୍ତ୍ତମାନର କେନ୍ଦ୍ର ସରକାର ଦେଶର ଅଖଣ୍ଡତା ଓ ସାର୍ବଭୌମତକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସୀମାକୁ ମଜବୁତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି । ବିଶେଷ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ରାଜପଥ ଓ ରେଳପଥ ନିର୍ମାଣ ଯୋରଦାର କରୁଛି ଆମ ସେନା । ଆଜି ତାହାର ଏକ ଅଶଂ ଉଦଘାଟିତ ହୋଇଛି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ ଜେନେରାଲ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଏମଏମ ନରଭାଣେ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.