ETV Bharat / bharat

ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ବାରା ‘ବିଜୟ ଶିଖା’ ପ୍ରଜ୍ବଳନ - KARGIL VIJAY DIWAS

ପ୍ରତିରକ୍ଷା ମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ବିଜୟ ଶିଖା ପ୍ରଜ୍ବଳନ କରିଛନ୍ତି । ବୀର ସୈନିକଙ୍କ ସ୍ମୃତିରେ ଏହି ଶିଖା ବିଭିନ୍ନ ସହର ପରିକ୍ରମା କରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ
author img

By

Published : Jul 14, 2019, 10:24 PM IST

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ବିଜୟ ଶିଖା ପ୍ରଜ୍ବଳନ କରିଛନ୍ତି । ଏହି ବିଜୟ ଶିଖାକୁ 11ଟି ସହର ମଧ୍ୟରେ ପରିକ୍ରମା କରାଯାଇ ଦ୍ରାସ ପର୍ଯ୍ୟନ୍ତ ନିଆଯିବ । ପରେ ଆସନ୍ତା 26 ତାରିଖରେ କାର୍ଗିଲ ବିଜୟ ଦିବସ ଅବସରରେ ଏହି ଶିଖାକୁ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଥିବା ଅନନ୍ତ ଶିଖାରେ ସ୍ଥାପନ କରାଯିବ ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘କାର୍ଗିଲ ଶହୀଦଙ୍କୁ ମୁଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି ।’

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହି କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ବିପିନ ରାୱତଙ୍କ ସମେତ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ରଣବୀର ସିଂ ଓ ଅନ୍ୟ ପଦାଧିକାରୀ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ କାର୍ଗିଲ ଯୁଦ୍ଧରେ ବୀର ସୈନିକଙ୍କ ଅପୂର୍ବ ପରାକ୍ରମ ବଳରେ ଭାରତ ବିଜୟୀ ହୋଇଥିଲା । ଏହି ପରାକ୍ରମକୁ ମନେପକାଇବା ପାଇଁ ପ୍ରତିବର୍ଷ ଜୁଲାଇ 26 ତାରିଖକୁ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.