ETV Bharat / bharat

ପ୍ରତିରକ୍ଷା ସମ୍ବନ୍ଧକୁ ନେଇ ରାଜନାଥଙ୍କ ମାରାଥନ ବୈଠକ, ଅନେକ ଦେଶ ସହ କଲେ ଆଲୋଚନା

ମସ୍କୋ ଗସ୍ତରେ ମଧ୍ୟଏସୀୟ ଦେଶର ଉଜବେକିସ୍ତାନ, କାଜାଖସ୍ତାନ ଏବଂ ତାଜିକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ଏବଂ ପ୍ରତିରକ୍ଷା ବ୍ୟାପାର ଉପରେ ଆଲୋଚନା କରିଥିଲେ ରାଜନାଥ ସିଂ ।

ପ୍ରତିରକ୍ଷା ସମ୍ବନ୍ଧକୁ ନେଇ ରାଜନାଥଙ୍କ ମାରାଥନ ବୈଠକ, ଅନେକ ଦେଶ ସହ କଲେ ଆଲୋଚନା
ପ୍ରତିରକ୍ଷା ସମ୍ବନ୍ଧକୁ ନେଇ ରାଜନାଥଙ୍କ ମାରାଥନ ବୈଠକ, ଅନେକ ଦେଶ ସହ କଲେ ଆଲୋଚନା
author img

By

Published : Sep 5, 2020, 9:06 PM IST

ନୂଆଦିଲ୍ଲୀ: ମସ୍କୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାର୍ଯ୍ୟସୂଚୀ ଅତ୍ୟନ୍ତ ବ୍ୟସ୍ତବହୁଳ ଥିଲା। ରାଜନାଥ ସିଂ ସୀମା ପ୍ରସଙ୍ଗକୁ ନେଇ ଚୀନ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେ ମଧ୍ୟଏସୀୟ ଦେଶର ଉଜବେକିସ୍ତାନ, କାଜାଖସ୍ତାନ ଏବଂ ତାଜିକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ଏବଂ ପ୍ରତିରକ୍ଷା ବ୍ୟାପାର ଉପରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ରାଜନାଥ ସିଂ ସେମାନଙ୍କ ସହ ମଜବୁତ ବାଣିଜ୍ୟ, ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସମର୍ଥନ କରିଥିଲେ।

ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନାର ସୂଚନା ଦେଇ ରାଜନାଥ ସିଂ ଟ୍ବିଟ କରି କହିଛନ୍ତି, ମସ୍କୋରେ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ କୁରବାନୋବ ବଖୋଦୀର ନିଜମୋବିଚଙ୍କ ସହ ମୋର ବୈଠକ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ପ୍ରତିରକ୍ଷା ସହଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଅନ୍ୟ ଏକ ଟ୍ବିଟରେ ସେ କହିଛନ୍ତି, କାଜାଖସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟିନାଣ୍ଟ ଜେନେରାଲ ନୁରଲାନ ୟେରମେକବାଏବଙ୍କ ସହ ଏକ ସଫଳ ବାର୍ତ୍ତାଳାପ ହୋଇଛି। ଭାରତ-କାଜାଖସ୍ତାନ ପ୍ରତିରକ୍ଷା ସହଯୋଗକୁ ଅଧିକ ଗତି କରିବା ଦିଗରେ ଆମେ ଆଲୋଚନା କରିଛୁ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନ୍ୟ ଏକ ଟ୍ବିଟରେ କହିଛନ୍ତି, ମସ୍କୋରେ ତାଜିକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କର୍ଣ୍ଣେଲ ଜେନେରାଲ ଶେର୍ଲି ମିର୍ଜୋଙ୍କ ସହ ସଫଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜନାଥ ସିଂହ ଏସସିଓ ସମ୍ମିଳନୀ ପାଇଁ ମସ୍କୋ ଗସ୍ତ କରିଥିଲେ । ଏସସିଓର ଆଠଟି ସଦସ୍ୟ ଦେଶ ଅଛନ୍ତି । ଏହି ଦେଶଗୁଡ଼ିକ ହେଉଛି ଭାରତ, କାଜାଖସ୍ତାନ, ଚୀନ, କିର୍ଗିଜସ୍ଥାନ, ପାକିସ୍ଥାନ, ଋଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ। ମସ୍କୋରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଦେଶର ନେତାଙ୍କ ସହ ସାକ୍ଷାତ କରିଥିଲେ। ଅଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତା ବଜାୟ ରଖିବା ହେଉଛି ଏସସିଓର ଲକ୍ଷ୍ୟ। 2017 ରେ ଭାରତ ଏହି ସଂଗଠନର ସଦସ୍ୟ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.