ETV Bharat / bharat

ଏସସିଓ ବୈଠକରେ ଆତଙ୍କବାଦ ଆଳରେ ପାକ୍‌କୁ ଟାର୍ଗେଟ କଲେ ରାଜନାଥ ସିଂ

author img

By

Published : Sep 4, 2020, 5:47 PM IST

ଆତଙ୍କବାଦ ତଥା ଏହାର ସମର୍ଥକଙ୍କୁ ଭାରତ ସ୍ପଷ୍ଟ ଭାବେ ନିନ୍ଦା କରୁଛି ବୋଲି ସମ୍ବୋଧନ ସମୟରେ କହିଛନ୍ତି ରାଜନାଥ ସିଂ ।

ଏସସିଓ ବୈଠକରେ ଆତଙ୍କବାଦ ବାହାନାରେ ପାକ୍‌କୁ ଟାର୍ଗେଟ କଲେ ରାଜନାଥ ସିଂ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆତଙ୍କବାଦକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି। ଆତଙ୍କବାଦ ତଥା ଏହାର ସମର୍ଥକଙ୍କୁ ଭାରତ ସ୍ପଷ୍ଟ ଭାବେ ନିନ୍ଦା କରୁଛି ବୋଲି ସମ୍ବୋଧନ ସମୟରେ କହିଛନ୍ତି ରାଜନାଥ ସିଂ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପାରମ୍ପାରିକ ତଥା ଅଣ ପାରମ୍ପାରିକ ବିପଦର ମୁକାବିଲା ପାଇଁ ଆମକୁ ଅନୁଷ୍ଠାନିକ କ୍ଷମତା ବୃଦ୍ଧି କରିବାକୁ ପଡିବ ବୋଲି ସେ କହିଛନ୍ତି ।

ବୈଠକରେ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି , ଉଗ୍ରବାଦୀ ଚିନ୍ତାଧାରାର ପ୍ରଚାର ପ୍ରସାରକୁ ପ୍ରତିହତ କରିବା ପାଇଁ ଆତଙ୍କବାଦ ବିରୋଧୀ ପ୍ରଣାଳୀକୁ ଏସସିଓ ଗ୍ରହଣ କରିବା ଆବଶ୍ୟକ। ତେବେ ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ କିମ୍ବା ଚୀନର ନାମ ନେଇ ନାହାଁନ୍ତି। କିନ୍ତୁ ତାଙ୍କ କଥାରୁ ସ୍ପଷ୍ଟ ଯେ ସେ ପାକିସ୍ତାନ ଏବଂ ଚୀନକୁ ଟାର୍ଗେଟ କରି ଏଭଳି କହିଛନ୍ତି । କାରଣ ପାକିସ୍ତାନ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା କାର୍ଯ୍ୟରେ ନିୟୋଜିତ ଅଛି ଏବଂ ଚୀନ ପାକିସ୍ତାନର ନୀତିକୁ ସମର୍ଥନ କରୁଛି।

ରାଜନାଥ ସିଂ କହିଛନ୍ତି, ଦ୍ବିତୀୟ ବିଶ୍ବଯୁଦ୍ଧର 75 ବର୍ଷ ପୂର୍ଣ୍ଣ ହୋଇଛି ଏବଂ ମିଳିତ ଜାତିସଂଘର ଉତ୍ପତ୍ତି ମଧ୍ୟ ହୋଇଛି । ଯାହାର ମୂଳ ଉଦ୍ଦେଶ୍ୟ ଏକ ଶାନ୍ତିପୂର୍ଣ୍ଣ ବିଶ୍ବ ସୃଷ୍ଟି କରିବା ଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଆନ୍ତର୍ଜାତୀୟ ଆଇନ ଏବଂ ଦେଶର ସାର୍ବଭୈମତ୍ବକୁ ସମ୍ମାନ ଦେବା ଥିଲା । ଏହାର ଉଦ୍ଦେଶ୍ୟ ଯେକୈଣସି ଦେଶକୁ ଏକପାଖିଆ ଆକ୍ରୋଶରୁ ରକ୍ଷା କରିବା ମଧ୍ୟ ଥିଲା ବୋଲି ରାଜନାଥ ସିଂ କହିଛନ୍ତି ।

ତେବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମିଳିତ ବୈଠକ ପୂର୍ବରୁ ଦ୍ବିତୀୟ ବିଶ୍ବଯୁଦ୍ଧର 75 ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସାଂଘାଇ ସହଯୋଗ ସଂଗଠନ, ସାମୂହିକ ସୁରକ୍ଷା ଚୁକ୍ତି ସଂଗଠନ ଏବଂ ସିଏସ୍ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ମିଳିତ ଭାବରେ ଫଟୋ ଉଠାଇଥିଲେ । ଏଥି ସହ ପ୍ରତିରକ୍ଷାମନ୍ତ୍ରୀ ମସ୍କୋରେ ଥିବା ଭାରତୀୟ ଦୂତାବାସରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.