ନୁଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର। ଆଜି ଦିଲ୍ଲୀରେ ଦୁହିଁଙ୍କ ମଧ୍ୟରେ ଏହି ସାକ୍ଷାତକାର ହୋଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ 3 ସେନା ମୁଖ୍ୟ ମଧ୍ୟ ସାମିଲ ହୋଇଥିଲେ। ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ପ୍ରସଙ୍ଗରେ ଅନେକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି।
ଦିର୍ଘ ସମୟ ଧରି ଉଭୟ ଦେଶର ପ୍ରତିନିଧି ଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ବେଳେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ , ବାୟୁ ସେନା ମୁଖ୍ୟ ମାର୍ସଲ ଆରକେଏସ ଭଦୋରିଆ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ଆମେରିକା ପ୍ରତିନିଧି ଦଳରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ଓ ଅନେକ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଦୁଇ ଦେଶର ପ୍ରତିରକ୍ଷା ନେତୃତ୍ବଙ୍କ ଆଲୋଚନା ସାମରିକ ଓ କୂଟନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବବହନ କରୁଥିବା ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ