ETV Bharat / bharat

ରାଜୀବଙ୍କ ସ୍ମୃତିରେ ମୋଦିଙ୍କୁ ଟାର୍ଗେଟ କଲେ ସୋନିଆ - ରାଜୀବ ଗାନ୍ଧୀ

ଦେଶର ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ସୋନିଆ ।

ଫାଇଲ ଫଟୋ
author img

By

Published : Aug 23, 2019, 10:02 AM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ 75ତମ ଜୟନ୍ତୀ ପାଳନ କରିବାକୁ ଯାଉଛି କଂଗ୍ରେସ । ଗୁରୁବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତେବେ ଦେଶର ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ସୋନିଆ ।

ସୋନିଆ କହିଛନ୍ତି, 1984 ମସିହାରେ ରାଜୀବଙ୍କୁ ବିଶାଳ ଜନାଦେଶ ମିଳିଥିଲା । କିନ୍ତୁ ସେ ଏହାର ବ୍ୟବହାର ଭୟର ବାତାବରଣ କିମ୍ବା ଲୋକଙ୍କୁ ଧମକାଇ ପାଇଁ କରିନଥିଲେ । ଏପରିକି ନିଜ କ୍ଷମତାର ବ୍ୟବହାର ଗଣତନ୍ତ୍ରକୁ ବିପଦରେ ପକାଇବା ପାଇଁ ମଧ୍ୟ କରିନଥିଲେ ।

ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ସୋନିଆ କହିଛନ୍ତି, 28 ବର୍ଷ ପୂର୍ବେ ପ୍ରକୃତି ଅତ୍ୟନ୍ତ ବର୍ବରତା ସହ ଆମଠୁ ତାଙ୍କୁ ଛଡାଇ ନେଇଥିଲା । ଆଜି ବି ତାଙ୍କ ଚିନ୍ତାଧାରା ଆମ ସହିତ ଅଛି । ରାଜୀବ ଏକ ମଜବୁତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଚାହୁଁଥିଲେ । ଏମିତି ଏକ ଦେଶ ଯେଉଁଠି ନାଗରିକମାନେ ଗରିମାପୂର୍ଣ୍ଣ ଜୀବନ ବଞ୍ଚିବେ ।

ଏହାସହ ସୋନିଆ ନିଜ କର୍ମୀଙ୍କୁ ଗୁରୁମନ୍ତ୍ର ଦେବାକୁ ଯାଇ କହିଛନ୍ତି, ବର୍ତ୍ତମାନ କଂଗ୍ରେସ ବହୁ ବାଧାବିଘ୍ନ ଦେଇ ଗତି କରୁଛି । ତେଣୁ ଆମକୁ ବିଭାଜନକାରୀ ଶକ୍ତି ବିରୋଧରେ ଆମକୁ ଲଢିବାକୁ ହେବ ।

Intro:Body:

xx

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.