ହାଇଦ୍ରାବାଦ: ବିଶ୍ବର ସର୍ବଶ୍ରେଷ୍ଠ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଲା ରାଜୀବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର । ହାଇଦ୍ରାବାଦସ୍ଥିତ ଏହି ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର 8ମ ସ୍ଥାନ ଗ୍ରହଣ କରିଛି। ଏୟାରହେଲ୍ପ ପକ୍ଷରୁ 2019 ବାର୍ଷିକ ରେଟିଙ୍ଗ ଅନୁଯାୟୀ ଏହି ସୂଚନା ଜାରି କରାଯାଇଛି ।
ଏହି ତଥ୍ୟ ଅନୁଯାୟୀ, କତାର, ଜାପାନ ଓ ଗ୍ରୀସ ବିମାନବନ୍ଦର ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଗ୍ରହଣ କରିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଟପ୍ 10 ମଧ୍ୟରେ ଚୀନ କିମ୍ବା ଆମେରିକାର କୌଣସି ବିମାନବନ୍ଦରର ସ୍ଥାନ ପାଇନାହିଁ ।
ବିଭିନ୍ନ ଶିଳ୍ପାନୁଷ୍ଠାନଙ୍କ ଡାଟାକୁ ଆଧାର କରି ଏୟାରହେଲ୍ପ ରାଙ୍କିଙ୍ଗ ପ୍ରକାଶ କରାଯାଇଛି । ଏଥିସହ 40ଟି ଦେଶର 40,000 ଯାତ୍ରୀଙ୍କୁ ନେଇ ଏହାର ସର୍ଭେ କରାଯାଇଥିଲା । କ୍ବିଜ ମାଧ୍ୟମରେ ଯାତ୍ରୀଙ୍କୁ ବିଭିନ୍ନ ଏୟାରପୋର୍ଟର ସୁବିଧା ବିଷୟରେ ପଚରାଯାଇଥିଲା ।
ପ୍ରଥମରେ କତାର ହାମିଦ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର, ଦ୍ବିତୀୟରେ ଟୋକିଓ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର, ଜାପାନ, ତୃତୀୟରେ ଗ୍ରୀସର ଏଥେନ୍ସ ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦର ଏବଂ ଚତୁର୍ଥରେ ଅଫୋନୋସ ପେନା ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦର ରହିଥିବାବେଳେ ପଞ୍ଚମରେ ସ୍ଥାନ ପାଇଛି ବ୍ରାଜିଲ । 6ର ବ୍ରାଜିଲ, 7ରେ ରୁଷିଆ, 8ମରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ସ୍ଥାନ ମିଳିଛି ।