ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ସୋମବାର ରାତିରେ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ନଳିନୀକୁ ଭେଲୋର ଜେଲରେ ରଖାଯାଇଛି ଯେଉଁଠାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନଳିନୀର ଓକିଲ ପୁଗଲେନ୍ତି ଏ ବିଷୟରେ ସୂଚନା ଦେଇଥିଲେ।
ଓକିଲଙ୍କ ଅନୁଯାୟୀ, ଗତ 29 ବର୍ଷ ଧରି ଜେଲରେ ଥିବା ନଳିନୀ ପ୍ରଥମ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । କାରଣ ନଳିନୀ ଓ ଜେଲରେ ଥିବା ଜଣେ ଅନ୍ତେବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କଏଦୀ ଜେଲରଙ୍କୁ ଝଗଡା ବିଷୟରେ ଅଭିଯୋଗ କରିଥିଲେ, ଏହା ପରେ ନଳିନୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା।
ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ନଳିନୀର ସ୍ବାମୀ ମୁରୁଗାନ ମଧ୍ୟ ଜେଲରେ ଅଛନ୍ତି। ନଳିନୀକୁ ଭେଲୋର ଜେଲରୁ ପୂଜଲ ଜେଲକୁ ସ୍ଥାନାନ୍ତର କରିବାକୁ ପତି ଅନୁରୋଧ କରିଛନ୍ତି। ଓକିଲ ପୁଗଲେନ୍ତି କହିଛନ୍ତି ଯେ ମୁରୁଗାନଙ୍କ ଏହି ଦାବି କୋର୍ଟରେ ଉଠାଯିବ।