ETV Bharat / bharat

ରାଜସ୍ଥାନରେ ସ୍ବାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା 100 ଛୁଇଁଲା - death

ରାଜସ୍ଥାନରେ ଏହି ଭୂତାଣୁ ଜନିତ ରୋଗରେ ମୃତ୍ୟୁ ସଂଖ୍ୟା 100ରେ ପହଞ୍ଚିଛି । ଶୁକ୍ରବାର ସ୍ବାଇନ ଫ୍ଲୁରେ ରାଜସ୍ଥାନରେ 4 ଜଣଙ୍କ ମୃତ୍ୟୁ ଘଟିଛି।

author img

By

Published : Feb 9, 2019, 12:36 PM IST

Updated : Feb 9, 2019, 12:43 PM IST

ଜୟପୁର : ଶୁକ୍ରବାର ସ୍ବାଇନ ଫ୍ଲୁରେ ରାଜସ୍ଥାନରେ 4 ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜସ୍ଥାନରେ ଏହି ଭୂତାଣୁ ଜନିତ ରୋଗରେ ମୃତ୍ୟୁ ସଂଖ୍ୟା 100ରେ ପହଞ୍ଚିଛି । ମୃତକ ମାନେ ହେଲେ ରାଜସ୍ଥାନର କୋଟା,ଯୋଧପୁର, ହନୁମାନଗଡ ଏବଂ ଦୌସା ଜିଲ୍ଲାର ।

ଏହାସହ ରାଜ୍ୟରେ ଆହୁରି 87 ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । 39 ଦିନରେ ସ୍ବାଇନ ଫ୍ଲୁ ରୋଗୀଙ୍କ ସଂଖ୍ୟା 2,793 ଥିଲା । ଯୋଧପୁରରେ ସର୍ବାଧିକ 43 ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ମାରରେ 9 ଜଣ, ଦୌସା ଏବଂ ଉଦୟପୁରରେ 4 ଜଣ ଲେଖାଏଁ, ଜୟସଲମିର ଓ ଯୋଧପୁରରେ 3 ଜଣ, ମାଧୋପୁର, କୋଟା, ବାକାନିର, ଚୁରୁ, ହନୁମାନଗଡ, ଅଲୱାର, ସିକାର,ଆଜମିର,ଭିଲୱାରା, ଭରତପୁର, ଗଙ୍ଗାନଗର,ଝୁନଝୁନ, ବରନ, ଏବଂ ରାଜସମନ୍ଦରେ 2ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।

ସ୍ବାଇନ ଫ୍ଲୁ H1N1 ଭାଇରସ ଦ୍ବାରା ଲୋକଙ୍କୁ ବ୍ୟାପିଥାଏ । ସଂକ୍ରମିତ ଲୋକଙ୍କ ଠାରୁ ଏହା ଅନ୍ୟ ଜଣଙ୍କୁ ବ୍ୟାପିଥାଏ। କାଶ, ଥଣ୍ଡା , ଜ୍ବର, ଦେହହାତ ଘୋଳାବିନ୍ଧା ଏବଂ ଗଳା ଦରଜ ଭଳି ଲକ୍ଷଣ ଦେଖାଇଲେ ଆପଣ ସାଧାରଣ ଜ୍ବର ଭାବି ଅବହେଳା କରିଥାନ୍ତି। ହେଲେ ଏହା ସ୍ବାଇନ ଫ୍ଲୁର ଲକ୍ଷଣ ହୋଇଥାଇ ପାରେ । ଏସବୁ ଲକ୍ଷଣ ଦେଖାଦେଲେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Last Updated : Feb 9, 2019, 12:43 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.