ETV Bharat / bharat

ରାପିଡ ଟେଷ୍ଟିଂ କିଟରେ ତ୍ରୁଟି ! ରାଜସ୍ଥାନରେ ପରୀକ୍ଷଣ ବନ୍ଦ - corona test

ରାପିଡ କୋରୋନା ଟେଷ୍ଟିଂ କିଟ ଉପରେ ପ୍ରଶ୍ନ ଉଠାଇଲେ ରାଜସ୍ଥାନ ସରକାର । ଏହା ସହ ରାଜ୍ୟରେ ଆଣ୍ଟିବାୟୋଟିକ ରାପିଡ ଟେଷ୍ଟିଂ ଉପରେ ରୋକ ଲଗାଯାଇଛି ।

ରାପିଡ ଟେଷ୍ଟିଂରେ ତ୍ରୁଟି ! ରାଜସ୍ଥାନ ବନ୍ଦ କଲା ଟେଷ୍ଟିଂ

author img

By

Published : Apr 21, 2020, 3:08 PM IST

ଜୟପୁର: ଭାରତରେ ବର୍ତ୍ତମାନ ରାପିଡ କୋରୋନା ଟେଷ୍ଟିଂ କରାଯାଉଛି । ଖୁବ ଅଳ୍ପ ସମୟରେ ମଧ୍ୟରେ ରିପୋର୍ଟ ପଜିଟିଭ କି ନେଗେଟିଭ ଆସିଯାଉଛି । ହେଲେ ଏବେ ଏହି ରାପିଡ ଟେଷ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜସ୍ଥାନ ସରକାର । ଆଣ୍ଟିବାୟୋଟିକ ରାପିଡ ଟେଷ୍ଟିଂ ଉପରେ ରୋକ ମଧ୍ୟ ଲଗାଇ ଦିଆଯାଇଛି ।

ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ ରାପିଡ ଟେଷ୍ଟିଂ ଦ୍ବାରା ଭୁଲ ଫଳାଫଳ ଆସୁଛି । ତେବେ ଏଥିରେ ତାଙ୍କର ପ୍ରକ୍ରିୟାଗତ ବିଫଳତା ନାହିଁ । ଏହି କିଟ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ପଠାଯାଇଥିଲା ଏବଂ ଏନେଇ ଆଇସିଏମ୍ଆରକୁ ମଧ୍ୟ ଜଣାଯାଇଛି ।

ସୱାଇ ହସ୍ପିଟାଲରେ 100 ଜଣ କୋରୋନା ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଠାରେ ରାପିଡ ଟେଷ୍ଟିଂ କରାଯାଇଥିଲା । କିନ୍ତୁ ଏଥିରୁ ମାତ୍ର 5 ଜଣଙ୍କ ଠାରେ ପଜିଟିଭ ମିଳିଛି । ରାପିଡ ପରୀକ୍ଷା କିଟ୍ ବିଫଳ ହେତୁ ଡାକ୍ତରମାନେ କହିଛନ୍ତି କିଟର ଦ୍ୱିତୀୟ ଲଟ୍ ମଧ୍ୟ ପରୀକ୍ଷା କରାଯାଉଛି। ଲଟରେ କୌଣସି ଅସୁବିଧା ଅଛି ନା ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ଯଦି ଏପରି ହୋଇଥାଏ ତେବେ ସରକାରଙ୍କୁ ରାପିଡ ଟେଷ୍ଚ କିଟ୍ ଫେରସ୍ତ କରାଯିବ।

ସୂଚନାଯୋଗ୍ୟ, ଆଣ୍ଟିବାୟୋଟିକ ରାପିଡ କିଟ ଟେଷ୍ଟିଂ ପ୍ରଥମେ ରାଜସ୍ଥାନରେ ଆରମ୍ଭ ହୋଇଥିଲା । ସୋମବାର ସୁଦ୍ଧା 2 ହଜାର ଲୋକଙ୍କ ଟେଷ୍ଟିଂ କରାଯାଇଥିଲା । ଯେଉଁଥିରେ ଗୋଟିଏ ପରିବାର 5 ଜଣଙ୍କ ଠାରେ କୋରୋନା ପଜିଟିଭ ମିଳିଛି । ଏହି କିଟ୍ ମାଧ୍ୟମରେ କରୋନା ପରୀକ୍ଷଣର ମୂଲ୍ୟ ମାତ୍ର 600 ଟଙ୍କା ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.