ETV Bharat / bharat

ରାଜସ୍ଥାନ ରାଜନୀତି: 19 ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

author img

By

Published : Jul 15, 2020, 11:43 AM IST

ରାଜସ୍ଥାନରେ ରାଜ କରିବା ପାଇଁ ଜୋର ଧରିଛି କ୍ଷମତା ଲଢେଇ । ଏପରି ସ୍ଥିତିରେ ବିଧାନସଭା ବାଚସ୍ପତି ସିପି ଯୋଶୀ, ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକଙ୍କ ପାଖକୁ ନୋଟିସ ପଠାଇଛନ୍ତି ।

ରାଜସ୍ଥାନ ରାଜନୀତି: 19 ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ
ରାଜସ୍ଥାନ ରାଜନୀତି: 19 ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

ଜୟପୁର: ରାଜସ୍ଥାନରେ ରାଜ କରିବା ପାଇଁ ଜୋର ଧରିଛି କ୍ଷମତା ଲଢେଇ । ଏପରି ସ୍ଥିତିରେ ବିଧାନସଭା ବାଚସ୍ପତି ସିପି ଯୋଶୀ, ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକଙ୍କ ପାଖକୁ ନୋଟିସ ପଠାଇଛନ୍ତି । ବିଧାନସଭା ପକ୍ଷରୁ ଜାରି କରାଯାଇଥିବା ଏହି ନୋଟିସରେ 17 ଜୁଲାଇ ଦିନ 1ଟା ସୁଦ୍ଧା ବିଧାନସଭା ଭବନରେ ଜବାବ ଦେବାକୁ କୁହାଯାଇଛି । ନୋଟିସକୁ ବିଧାୟକଙ୍କ ଘର ବାହାରେ ଲଗାଯାଇଛି ।

ସୂଚନାଥାଉକି, ରାଜସ୍ଥାନ ସରକାରର ମୁଖ୍ୟ ସଚେତକ ମହେଶ ଯୋଶୀ ବିଧାନସଭା ବାଚସ୍ପତିଙ୍କୁ ସଚିନଙ୍କ ସମେତ 19 ବିଧାୟକଙ୍କ ବିରୋଧରେ ଫେରାଦ ହୋଇଥିଲେ । ସେମାନେ ଦଳୀୟ ନିୟମ ମାନିନଥିବା ଦର୍ଶାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବାଚସ୍ପତି ସେମାନଙ୍କୁ ନୋଟିସ ପଠାଇଛନ୍ତି ।

ନୋଟିସରେ କଣ ରହିଛି

ବିଧାୟକମାନଙ୍କୁ ବାଚସ୍ପତି ସିପି ଯୋଶୀ ଦେଇଥିବା ନୋଟିସରେ ଲେଖାହୋଇଛି ଯେ,‘ ମୁଖ୍ୟ ସଚେତକ ଆପଣଙ୍କ ବିରୋଧରେ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ଯାଚିକା ଦାଖଲ କରିଛନ୍ତି । ଏହାକୁ ରେଜିଷ୍ଟର କରିଦିଆଯାଇଛି । ଯଦି ଏହା ଉପରେ ଆପଣଙ୍କର କିଛି କହିବାର ଅଛି ତେବେ 17 ତାରିଖ ସକାଳ 1ଟା ସୁଦ୍ଧା ବିଧାନସଭା ପରିସରରେ ଆସି କହିପାରିବେ । ନଚେତ୍‌ ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଥାଉକି, ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବଳ କଷାକଷିରେ ଗେହଲଟଙ୍କ ପଲା ଭାରି ରହିଥିବାବେଳେ ପାଇଲଟଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯାଇଛି । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଯାଇଛି ।

ବିଧାୟକ ଦଳ ବୈଠକରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା କଂଗ୍ରେସ । ସେପଟେ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିବା ପରେ ସତ୍ୟକୁ ବିଚଳିତ କରାଯାଇପାରେ ପରାଜିତ ନୁହେଁ ବୋଲି ଟ୍ବିଟ୍‌ କରି ଜଣାଇଥିଲେ ସଚିନ ।

ସେହିପରି ସଚିନଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ କିଛି ଜିଲ୍ଲା ସଭାପତି ମଧ୍ୟ ନିଜର ଇସ୍ତାଫା ପତ୍ର ଦେଇଥିବା ଜଣାପଡିଛି । ତେବେ ଅଶୋକ ଗେହଲଟ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ଏହି ସମୟରେ ତାଙ୍କୁ ବୁଝାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳୁଛି ।

ସେପଟେ 3 ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ବାସଭବନରେ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ନେଇଥିଲେ । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଥିଲେ ଗେହଲଟ । ତେବେ ଏଥିରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି ।

ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.