ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ଗେହଲଟ ବନାମ ପାଇଲଟ - Rajasthan Crisis

ରାଜସ୍ଥାନ ରାଜନୀତି ରଣ: ଗେହଲଟ ବନାମ ପାଇଲଟ
ରାଜସ୍ଥାନ ରାଜନୀତି ରଣ: ଗେହଲଟ ବନାମ ପାଇଲଟ
author img

By

Published : Jul 20, 2020, 6:44 AM IST

Updated : Jul 20, 2020, 2:17 PM IST

14:16 July 20

କଂଗ୍ରେସ ବିଧାୟକଙ୍କ ବଡ ବୟାନ

  • କଂଗ୍ରେସ ବିଧାୟକ ଗିରାଜ ସିଂ ମାଲିଙ୍ଗାଙ୍କ ବଡ ବୟାନ
  • କହିଲେ ଖୋଦ ସଚିନ ପାଇଲଟ ମୋତେ ଦେଇଛନ୍ତି ପଇସାର ଅଫର
  • 35 କୋଟି ଦେବା ପାଇଁ କରିଥିଲେ ଅଫର
  • ବିଜେପି ସହିତ ଯିବାକୁ ସଚିନ ପାଇଲଟ କହିଥିଲେ 

13:08 July 20

ମାନେସର ରିସୋର୍ଟରେ ନାହାଁନ୍ତି କୌଣସି ବିଧାୟକ

  • ମାନେସର ରିସୋର୍ଟରେ ନାହାଁନ୍ତି କୌଣସି ବିଧାୟକ
  • ଚିଠି ଲେଖି ଜଣାଇଲେ ରିସୋର୍ଟ କର୍ତ୍ତୃପକ୍ଷ
  • ଏହାସହ ଏଠାରେ କୌଣସି ଭୱର ଲାଲ ଶର୍ମା ନାମଧାରୀ ବ୍ୟକ୍ତି ନଥିବା ରିସୋର୍ଟ ମ୍ୟାନେଜରଙ୍କ ଦାବି
  • ଗତକାଲି ବିଳମ୍ବିତ ରାତିରେ ରିସୋର୍ଟରେ ଏସଓଜି ଟିମ୍‌ ପହଞ୍ଚି କରୁଥିଲା ପଚରାଉଚରା

12:30 July 20

ଫୋନ ଟ୍ୟାପିଂ ମାମଲା, କେନ୍ଦ୍ରକୁ ଉତ୍ତର ଦେବ ଗୃହ ବିଭାଗ

  • ଫୋନ ଟ୍ୟାପିଂ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜବାବ ତଲବ ପ୍ରସଙ୍ଗ
  • ମୁଖ୍ୟ ଶାସନ ସଚିବ ନୁହେଁ ଗୃହ ବିଭାଗ ଦେବ ଉତ୍ତର : ସୂତ୍ର

11:42 July 20

ଅଭିଷେକ ମନୁଙ୍କ ଦଲିଲ

  • ଏହି ଯାଚିକା ବାଚସ୍ପତିଙ୍କ ଦ୍ବାରା ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ଉପରେ ଆଧାରିତ
  • ଯଦି ବାଚସ୍ପତି ବିଧାୟକଙ୍କୁ ନିଲମ୍ବିତ କରିଥାନ୍ତେ ତାହେଲେ କୋର୍ଟରେ ଯାଚିକା ଦାଖଲ ହୋଇପାରିଥାନ୍ତା
  • କେବଳ ନୋଟିସ ଜାରି ଉପରେ କୋର୍ଟରେ ମାମଲା ଦାଖଲ କରାଯାଏ ନାହିଁ

11:14 July 20

ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା: କେନ୍ଦ୍ରମନ୍ତ୍ରୀଙ୍କୁ ଏସଓଜିର ନୋଟିସ

  • ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା
  • କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏସଓଜିର ନୋଟିସ
  • ଭଏସ ସାମ୍ପୁଲ ନେବା ପାଇଁ ନୋଟିସ ପଠାଇଲା ଏସଓଜି
  • ପୂର୍ବତନ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଓ ଭୱର ଲାଲ ଶର୍ମାଙ୍କୁ ବି ନୋଟିସ

10:47 July 20

ଅଭିଷେକ ମନୁ ସଙ୍ଘଭୀଙ୍କ ଦଲିଲ

  • ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ଯାଚିକାକୁ ଖାରଜ କରାଯାଉ
  • ଜାନୁଆରୀ 21 ରେ ମଣିପୁର ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି, କୋର୍ଟ ବାଚସ୍ପତିଙ୍କ କ୍ଷମତାରେ ହସ୍ତକ୍ଷେପ କରିପାରିବେ ନାହିଁ : ଅଭିଷେକ ମନୁ ସଙ୍ଘଭୀ

10:08 July 20

ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟରେ ଶୁଣାଣି ଆରମ୍ଭ

  • ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟରେ ଶୁଣାଣି ଆରମ୍ଭ
  • ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠରେ ଚାଲିଛି ଶୁଣାଣି
  • ପକ୍ଷ ରଖୁଛନ୍ତି ବାଚସ୍ପତିଙ୍କ ଓକିଲ
  • ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ବାଚସ୍ପତି ଦେଇଥିବା ନୋଟିସ ବିରୋଧରେ ହାଇକୋର୍ଟରେ ଦାଖଲ ହୋଇଛି ମାମଲା

09:40 July 20

ରାଜସ୍ଥାନ ଘୋଡାବେପାରର ଅଡିଓ ଟେପ୍‌ ମାମଲା: ବିଜେପି ନେତାଙ୍କୁ ଏସଓଜିର ନୋଟିସ

ଜୟପୁର: ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧରେ କଂଗ୍ରେସ ସାମ୍ନାକୁ ଆଣିଥିବା ଘୋଡାବେପାର ମାମଲାର ଅଡିଓ ଟେପ୍‌ ଉପରେ ତଦନ୍ତ ଜାରି ରହିଛି । ଏହାର ତଦନ୍ତ ଏସଓଜି କରୁଥିବାବେଳେ ଘଟଣାକୁ ନେଇ ବିଭିନ୍ନ ନେତାଙ୍କୁ ପଚରା ଉଚରା ଜାରି ରଖିଛି ।

ମାମଲାରେ ଜଣେ ବିଜେପି ନେତାଙ୍କୁ ଏସଓଜି ନୋଟିସ ପଠାଇଥିବା ଜଣାପଡିଛି । କୁସଲଗଡର ଜଣେ ବିଜେପି ନେତାଙ୍କୁ ନୋଟିସ କରାଯାଇଛି । ସେପଟେ ହରିୟାଣାର ମାନେସରରେ ଏସଓଜିର ଟିମ୍‌ ପହଞ୍ଚି ବିଧାୟକ ଭୱରଲାଲ ଶର୍ମାଙ୍କୁ ଖୋଜିବାରେ ଲାଗିଛି । 

06:34 July 20

ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ହେବ ଶୁଣାଣି

ଜୟପୁର: ରାଜସ୍ଥାନ କ୍ଷମତା ରାଜନୀତିରେ ଆଜି ଆସିପାରେ ଟ୍ବିଷ୍ଟ୍‌ । ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ହେବ ଶୁଣାଣି । ଯାହା କିଛି ଦିନ ଧରି ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ଭିନ୍ନ ଏକ ଦିଗକୁ ନେବ ବୋଲି ଚର୍ଚ୍ଚା ହେଉଛି ।  

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ଭିତରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ । ସଚିନଙ୍କ ସମେତ 19 ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନୋଟିସ ପଠାଇଥିବାବେଳେ ତାହାର ଆଜି ଶୁଣାଣି ରହିଛି । ତେବେ ଏହି ଶୁଣାଣି ଅନେକ ଗୁରୁତ୍ବବହନ କରୁଛି ।  

ଯଦି ସଚିନଙ୍କ ସପକ୍ଷରେ ଶୁଣାଣି ଯାଏ ତେବେ ସଚିନଙ୍କ ପାଇଁ ଅନେକ ରାସ୍ତା ଖୋଲିପାରେ । ହେଲେ ଯଦି ବାଚସ୍ପତି ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସପକ୍ଷରେ ଶୁଣାଣି ହୁଏ ତେବେ ସଚିନଙ୍କ ପାଇଁ ଅନେକ ଦ୍ବାର ବନ୍ଦ ହୋଇଯାଇପାରେ ବୋଲି ଚର୍ଚ୍ଚା ହେଉଛି ।  

ସୂଚନାଥାଉକି, କଂଗ୍ରେସ କ୍ଷମତା କନ୍ଦଳ ଭିତରେ ବିଧାୟକ ଦଳ ବୈଠକକୁ ସଚିନଙ୍କ ସମେତ 19 ବିଧାୟକ ଆସିନଥିବାରୁ ତାଙ୍କ ବିରୋଧରେ ବାଚସ୍ପତି ନୋଟିସ ପଠାଇଥିଲେ । ଯାହାକୁ ନେଇ ହାଇକୋର୍ଟ ଯାଇଥିଲେ ସଚିନ । ତେବେ ଏହାର ଆଜି ଶୁଣାଣି ରହିଛି ।  

ଅନ୍ୟପଟେ ରାଜସ୍ଥାନରେ ଘୋଡାବେପାରକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଘୋଡାବେପାରକୁ ନେଇ ଏକ ଭାଇରାଲ ଅଡିଓକୁ ଆଧାର କରି କଂଗ୍ରେସ ବିଜେପିକୁ ଦାୟୀ କରିବା ସହ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛି । ସେପଟେ ଏହାର ପ୍ରତିଜବାବରେ ଫୋନ ଟ୍ୟାପିଂର ଅଭିଯୋଗ ବିଜେପି ଆଣି ଏହାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏସବୁ ଭିତରେ ଏସଓଜି ଘୋଡାବେପାର ମାମଲାରେ ଜଣଙ୍କୁ ଗିରଫ କରିବା ଓ ଫୋନ ଟ୍ୟାପିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ଖବରକୁ ଅଧିକ ଚର୍ଚ୍ଚାର ପରିସରକୁ ଆଣିଛି ।  

Last Updated : Jul 20, 2020, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.