ETV Bharat / bharat

ରାଜସ୍ଥାନ ରାଜନୀତି: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

author img

By

Published : Jul 21, 2020, 3:39 PM IST

Updated : Jul 21, 2020, 3:48 PM IST

ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ମଧ୍ୟରେ ହାଇକୋର୍ଟରେ ଦାଏର ଯାଚିକାର ରାୟ ସଂରକ୍ଷିତ । 24 ଜୁଲାଇ ଯାଏଁ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
ରାଜସ୍ଥାନ ରାଜନୀତି: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏପରିସ୍ଥିତିରେ ସଚିନ ପାଇଲଟଙ୍କ ପକ୍ଷରୁ ଦାଏର ଯାଚିକାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ରାଜସ୍ଥାନ ହାଇକୋର୍ଟ । ଆସନ୍ତା ଜୁଲାଇ 24 ଯାଏଁ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ସମୟ ଦିଆଯାଇଛି । ଅର୍ଥାତ ଏହି ସମୟ ମଧ୍ୟରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବିଧାନସଭା ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ ।

ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣି ପରେ ସଚିନ ପାଇଲଟଙ୍କ ସମେତ କଂଗ୍ରେସର 18 ବିଦ୍ରୋହୀ ବିଧାୟକଙ୍କୁ ଆଶ୍ବସ୍ତି ମିଳିଛି । ତେବେ ଜୁଲାଇ 24ରେ ହାଇକୋର୍ଟଙ୍କ ସଂରକ୍ଷିତ ରାୟ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି । ବିଦ୍ରୋହୀ କଂଗ୍ରେସ ବିଧାୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଜାରି ନୋଟିସ ବିରୋଧରେ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ ସଚିନ ପାଇଲଟ ।

ଅନ୍ୟପକ୍ଷେ ରାଜସ୍ଥାନ ରାଜନୀତିର ଅସ୍ଥିରତା ମଧ୍ୟରେ ହୁଏତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଂଖ୍ୟାବଳର ଦାବି କରୁଥାଇପାରନ୍ତି, ହେଲେ ଏବେ ବି ତାଙ୍କ ମୁଣ୍ଡ ଉପରେ ବିପଦର ଖଣ୍ଡା ଝୁଲୁଛି । ଗେହଲଟ ନିଜ ସରକାର ବଞ୍ଚାଇବାକୁ ସମର୍ଥ ହେବେ ନା ପାଇଲଟ ବାଜି ମାରିନେବେ ଏହାର ଚିତ୍ର ଜୁଲାଇ 24ରେ ହିଁ ସ୍ପଷ୍ଟ ହେବ । ସେପଟେ ସରକାର ଉପରେ ଥିବା ସଙ୍କଟର କଳା ବାଦଲକୁ ଏଡାଇବା ପାଇଁ ଆଗାମୀ ରଣନୀତି ଉପରେ ଆଲୋଚନା କରିବାକୁ କ୍ୟାବିନେଟ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2020, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.