ETV Bharat / bharat

‘ରାଜସ୍ଥାନ ସରକାର ଆଣିବେ ସିଏଏ ବିରୋଧୀ ପ୍ରସ୍ତାବ’ - citizenship amendment act

ପଞ୍ଜାବ ଏବଂ କେରଳ ପରେ ରାଜସ୍ଥାନ ସରକାର ମଧ୍ୟ ସିଏଏ ବିରୋଧରେ ବିଧାନସଭାରେ ଏକ ସଙ୍କଳ୍ପ ଆଗତ କରିବେ । ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୁରୁବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

sachin pailot
ସଚିନ ପାଇଲଟ
author img

By

Published : Jan 23, 2020, 5:53 PM IST

ଜୟପୁର: ଚତୁର୍ଥ ରାଜ୍ୟ ଭାବେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ସଙ୍କଳ୍ପ ପାରିତ କରିବ ରାଜସ୍ଥାନ । ପଞ୍ଜାବ ଏବଂ କେରଳ ପରେ ରାଜସ୍ଥାନ ସରକାର ମଧ୍ୟ ସିଏଏ ବିରୋଧରେ ବିଧାନସଭାରେ ସଙ୍କଳ୍ପ ଆଗତ କରିବେ । ଆସନ୍ତା 24 ତାରିଖରେ ରାଜସ୍ଥାନ ବିଧାନସଭାରେ ହେବାକୁ ଥିବା ବଜେଟ ଅଧିବେଶନ ସମୟରେ ଏହି ପ୍ରସ୍ତାବ ଆଗତ ହେବ । ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗୁରୁବାର ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଚିନ ପାଇଲଟ କହିଛନ୍ତି, ବିରୋଧ ପ୍ରଦର୍ଶନ କରିବାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ଆମ ସରକାର ମଧ୍ୟ ସିଏଏ ବିରୋଧରେ ବିଧାନସଭାରେ ଏକ ସଙ୍କଳ୍ପ ଆଗତ କରିବେ ।

ସୂଚନାଯୋଗ୍ୟ ଯେ, କେରଳ ଏବଂ ପଞ୍ଜାବ ବିଧାନସଭାରେ ସିଏଏ ବିରୋଧରେ ସଙ୍କଳ୍ପ ପାରିତ ହୋଇସାରିଛି । ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ବିଧାନସଭାରେ ସିଏଏ ବିରୋଧରେ ସଙ୍କଳ୍ପ ପାରିତ କରିବାକୁ ଘୋଷଣା କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.