ଜୟପୁର: ଲକଡାଉନ ସମୟରେ ଅସ୍ଥି ବିସର୍ଜ କରିବାକୁ ଯିବାକୁ ଥିବା ଲୋକମାନଙ୍କ ପାଇଁ ମାଗଣା ବସ ସେବା ଯୋଗାଇବେ ରାଜସ୍ଥାନ ସରକାର । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆାଇଛି ।
ଏଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉତ୍ତରପ୍ରଦେଶ ସରକାରଙ୍କ ସହ ଏକ ଚୁକ୍ତି କରିଛନ୍ତି । ରାଜସ୍ଥାନ ସରକାର ମଧ୍ୟ ଉତ୍ତରପ୍ରଦେଶ ସରକାରଙ୍କ ସହ ସମାନ ଚୁକ୍ତି କରିବାକୁ ଚେଷ୍ଟା କରୁଛନ୍ତି ।
ମୃତକଙ୍କ ପରିବାରର ଦୁଇ କିମ୍ବା ତିନିଜଣ ସଦସ୍ୟ ଅସ୍ଥି ବିସର୍ଜନ କରିବା ପାଇଁ ଏହି ବ୍ୟବସ୍ଥା ଅନୁଯାୟୀ ଯାତ୍ରା କରିପାରିବେ ବୋଲି ଗେହଲଟ ସରକାର ନିଷ୍ପତ୍ତି ନେଇଛନ୍ତି ।