ETV Bharat / bharat

୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫ ଏକର ଜମି ଦେବେ ରାଜସ୍ଥାନ ସରକାର

author img

By

Published : Oct 19, 2020, 3:43 PM IST

ଅନ୍ତର୍ଜାତୀୟ କ୍ରୀଡାରେ ରାଜ୍ୟର ନାଁ ରଖିଥିବା ୧୩ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ୨୫ ଏକର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର । ଅଧିକ ପଢନ୍ତୁ...

Rajasthan government to allot land to sportspersons
୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ବଣ୍ଟନ କରିବାକୁ ରାଜସ୍ଥାନ ସରକାରଙ୍କ ଘୋଷଣା

ଜୟପୁର: ରାଜସ୍ଥାନରେ କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ନୂଆ ପ୍ରୟାସ । ଅନ୍ତର୍ଜାତୀୟ କ୍ରୀଡାରେ ରାଜ୍ୟର ନାଁ ରଖିଥିବା ୧୩ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗେହଲଟ ସରକାର । ଏଥିରେ ଅଲମ୍ପିକ, ଏସୀୟ ଓ ରାଷ୍ଟ୍ରୀୟ କ୍ରୀଡାରେ ପଦକ ଜିତିଥିବା ଓ ଅଂଶଗ୍ରହଣ କରିଥିବା ଖେଳାଳି ସାମିଲ ଅଛନ୍ତି ।

ତେବେ ଆନ୍ତର୍ଜାତୀୟ ଇଭେଣ୍ଟରେ ପଦକ ଜିତିଥିବା ପାଞ୍ଚ ଜଣ ଖେଳାଳି ଏହି ଜମିକୁ ସମ୍ପୂର୍ଣ୍ଣ ମାଗଣା ପାଇବେ ଏବଂ ଏହି ସମ୍ମାନଜନକ ଖେଳରେ ଅଂଶଗ୍ରହଣ କରିଥିବା ଅନ୍ୟ 8 ଜଣ ଇନ୍ଦିରାଗାନ୍ଧୀ କେନାଲ ଅଞ୍ଚଳରେ ସଂରକ୍ଷିତ ମୂଲ୍ୟରେ ଜମି ପାଇବେ । କ୍ରୀଡ଼ା ସୁବିଧାକୁ ସୁଦୃଢ କରିବା ଏବଂ ଆନ୍ତର୍ଜାତୀୟ ସ୍ତରରେ ଖେଳାଳିଙ୍କୁ ତାଲିମ ଦେବା ପାଇଁ ରାଜ୍ୟ ସରକାର ପୂର୍ବରୁ 100 ଟି କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାର ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ଓ ଅନ୍ୟ ଶ୍ରେଷ୍ଠ ଖେଳାଳିଙ୍କୁ ଶୀଘ୍ର ସରକାରୀ ଚାକିରୀ ଦେବାକୁ ଘୋଷଣା କରିଥିଲେ। ଏହାସହ ରାଜ୍ୟ ସରକାର ଅନ୍ତରାଷ୍ଟ୍ରୀୟ ସ୍ପର୍ଦ୍ଧାରେ ପଦକ ବିଜେତା ଖେଳାଳିଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ମଧ୍ୟ ବଢାଇଥିଲେ। ସରକାରଙ୍କ ଏହି ଘୋଷଣା ପରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.