ETV Bharat / bharat

ରାଜସ୍ଥାନରେ ଖୋଲିବ ଇଲୋକ୍ଟ୍ରୋନିକ୍ସ ଦୋକାନ, ମାନିବାକୁ ପଡିବ ଏସବୁ ନିୟମ

ଧିରେ ଧିରେ କୋହଳ ହେଉଛି ନିୟମ । ଚାଲୁଛି ଗାଡି ମୋଟର ଖୋଲୁଛି ଦୋକାନ । କିନ୍ତୁ ଏହି ଭିତରେ ଅନେକ ନୂଆ ନିୟମ ଲାଗୁ କରାଯାଇଛି । ନିଜ ସୁରକ୍ଷା ପାଇଁ ସ୍ବଚ୍ଛତା ଓ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉଛି । ରାଜସ୍ଥାନ ସରକାର 6 ଟି ବର୍ଗର ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ଖୋଲିବାକୁ ଅନୁମତି ଦେଇଥିବା ଜଣାପଡିଛି ।

ରାଜସ୍ଥାନରେ ଖୋଲିବ ଇଲୋକ୍ଟ୍ରୋନିକ୍ସ ଦୋକାନ, ମାନିବାକୁ ପଡିବ ଏସବୁ ନିୟମ
ରାଜସ୍ଥାନରେ ଖୋଲିବ ଇଲୋକ୍ଟ୍ରୋନିକ୍ସ ଦୋକାନ, ମାନିବାକୁ ପଡିବ ଏସବୁ ନିୟମ
author img

By

Published : May 14, 2020, 10:30 AM IST

ଜୟପୁର: ଲକଡାଉନ ସରିବାକୁ ମାତ୍ର ଆଉ ଦୁଇ ଦିନ । ସେପଟେ ଅନେକ ରାଜ୍ୟରେ ଗ୍ରୀନ ଓ ଅରେଞ୍ଜ ଜୋନରେ ଲକଡାଉନକୁ କିଛିମାତ୍ରାରେ କୋହଳ କରାଯାଇଛି । ସାମାଜିକ ଦୂରତା ଓ ସାନିଟାଇଜେସନ ପ୍ରତି ଧ୍ୟାନ ଦେଇ ଦୋକାନ ବଜାର ଖୋଲିବା ସହ ଗାଡି ଚଳାଚଳ ମଧ୍ୟ ଆରମ୍ଭ ହୋଇଗଲାଣି । ଏତିକି ଭିତରେ ରାଜସ୍ଥାନ ସରକାର 6 ଟି ବର୍ଗର ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ମଧ୍ୟରେ ଘର ତିଆରି ସାମଗ୍ରୀ ଓ ଏସିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

ଏହାସହ ରାଜ୍ୟ ସରକାର ଏକ ଆଦେଶରେ କହିଛନ୍ତି ଯେ ରେସ୍ତୋରାଁ, ହୋଟେଲ ଓ ମିଠା ଦୋକାନ ଗୁଡିକ ଖୋଲିଥିବାବେଳେ କେବଳ ପାର୍ସଲ ଓ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି ।

ଏଥିରେ କୁହାଯାଇଛି ଯେ ହାର୍ଡୱେୟାର ଦୋକାନ, ନିର୍ମାଣ ସାମଗ୍ରୀ ଦୋକାନ, ଏୟାର କଣ୍ଡିସନର, କୁଲର, ଟେଲିଭିଜନ, ଇଲେକ୍ଟ୍ରୋନିକ୍ ଏବଂ ବୈଦ୍ୟୁତିକ ସାମଗ୍ରୀ ଦୋକାନ, ଇଲେକ୍ଟ୍ରୋନିକ୍ ମରାମତି ଦୋକାନ ଏବଂ ଅଟୋମୋବାଇଲ୍ ବିକ୍ରୟ ଆଉଟଲେଟ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜପଥରେ ଢାଭା ମଧ୍ୟ ଖୋଲିପାରିବ ।

ଦୋକାନ ଏବଂ ପ୍ରତିଷ୍ଠାନଗୁଡିକ କାର୍ଯ୍ୟକ୍ଷେତ୍ର ପାଇଁ ନିର୍ଦ୍ଧାରିତ ସୁରକ୍ଷା ସତର୍କତା ନିୟମ ବଜାୟ ରଖିବ ବୋଲି ଏଥିରେ କୁହାଯାଇଛି । ଯେଉଁଥିରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ଅନ୍ୟମାନଙ୍କ ମଧ୍ୟରେ ବାରମ୍ବାର ସାନିଟାଇଜେସନ୍ ଅନ୍ତର୍ଭୁକ୍ତ ବୋଲି ଆଦେଶରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.