ETV Bharat / bharat

ବିବାହରେ ମହଙ୍ଗା ପଡିଲା କୋଭିଡ ନିୟମ ଉଂଲ୍ଲଘନ, ଲାଗିଲା 6ଲକ୍ଷ ଫାଇନ

author img

By

Published : Jun 29, 2020, 9:16 AM IST

ବିବାହରେ କୋରୋନା ମହାମାରୀ ସମୟରେ ନିୟମ ଲଂଲ୍ଲଘନ କରିବାରୁ ପ୍ରଶାସନ ପକ୍ଷରୁ 6ଲକ୍ଷ ଜୋରିମାନା ଲଗାଯାଇଛି । ରାଜସ୍ଥାନର ଭିଲୱାଡା ପରିବାରକୁ ତିନି ଦିନ ମଧ୍ୟରେ 6.26 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

violating covid-19 rules
ବିବାହରେ କୋଭିଡ ନିୟମ ଉଂଲ୍ଲଘନ

ଜୟପୁର: ମହଙ୍ଗା ପଡିଲା କୋଭିଡ ନିୟମ ଉଂଲ୍ଲଘନ କରିବା । ଏକ ବିବାହରେ କୋରୋନା ମହାମାରୀ ସମୟରେ ନିୟମ ଲଂଲ୍ଲଘନ କରିବାରୁ ପ୍ରଶାସନ ପକ୍ଷରୁ 6ଲକ୍ଷ ଜୋରିମାନା ଲଗାଯାଇଛି । ରାଜସ୍ଥାନର ଭିଲୱାଡା ପରିବାରକୁ ତିନି ଦିନ ମଧ୍ୟରେ 6.26 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ସୂଚନା ଅନୁସାରେ, ଦେଶରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ମହାମାରୀ କୋରୋନା । ଆଉ ଏଭଳି ପରିସ୍ଥିତିରେ ଧାର୍ମିକ ସଭା ବିବାହ ଉତ୍ସବ କରିବା ନେଇ କଟକଣା ଲଗାଯାଇଛି । ହେଲେ ଏହି ପରିବାର ବିବାହରେ 50 ଅତିଥିଙ୍କୁ ଆମନ୍ତ୍ରଣ କରିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ନେଇ 250 ଜଣଙ୍କୁ ନିମନ୍ତ୍ରଣ କରିଥିଲେ ।

ଏହାସହ ବିବାହରେ ଆସିଥିବା ଅତିଥିମାନେ ଖୋଲାଖୋଲି କୋଭିଡ ନିୟମ ଉଂଲ୍ଲଘନ କରିଥିଲେ । ବିବାହରେ ଉପସ୍ଥିତ ଲୋକେ କେହି ବି ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିନଥିଲେ । ଏପରିକି ସାମାଜିକ ଦୂରତା ମଧ୍ୟ ପାଳନ କରି ନଥିଲେ । ଏହି ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା ।

ପରବର୍ତ୍ତୀ ସମୟରେ କୋରୋନା ଟେଷ୍ଟ ପରେ ବର ସମେତ 15 ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ସହ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ଭିଲୱାଡା ମେଡିକାଲରେ 58 ଜଣ ବ୍ୟକ୍ତି ଏବଂ 15 ଜଣ କୋରୋନା ପଜିଟିଭଙ୍କୁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହାବାଦ୍ କୋରୋନା ନିୟମ ଉଲ୍ଲଂଘନ କରିବା ଏବଂ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାରୁ ଜୁନ 22ରେ ପୁରା ପରିବାର ବିରୋଧରେ ଏଫଆଇଆର ମଧ୍ୟ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.