ETV Bharat / bharat

କୋରୋନା ଆକ୍ରାନ୍ତଙ୍କୁ HIV ମେଡିସିନରେ ଆରୋଗ୍ୟ କଲେ ଭାରତୀୟ ଡାକ୍ତରୀଦଳ - Rajasthan doctors cure coronavirus patient with HIV drugs

ଭାରତୀୟ ବିଜ୍ଞାନୀଙ୍କ ଏକ ସଫଳ ଓ ବିରଳ ଉଦ୍ୟମ ଏବେ ଚର୍ଚ୍ଚାରେ । ରାଜସ୍ଥାନ ଡାକ୍ତରୀଦଳ କୋରୋନା ଭାଇରସରେ ସଂକ୍ରମତି ରୋଗୀଙ୍କୁ ଏଚ. ଆଇ.ଭି ଔଷଧ ଦେଇ ଆରୋଗ୍ୟ କରଛନ୍ତି । ରାଜସ୍ଥାନର ସାୱାଇ ମ୍ୟାନ୍ ସିଂ (ଏସ୍ଏମ୍ଏସ୍) ଡାକ୍ତରଖାନାର ଡାକ୍ତରମାନେ ଏଚ୍‌ଆଇଭି, ସ୍ବାଇନ୍ ଫ୍ଲୁ ଏବଂ ମ୍ୟାଲେରିଆ ଔଷଧର ମିଶ୍ରଣ ବ୍ୟବହାର କରି ଜଣେ ଇଟାଲୀୟ କୋରୋନା ଭାଇରସ୍ (COVID -19) ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 12, 2020, 12:46 PM IST

ଜୟପୁର: କୋରୋନା କଳା ବାଦଲ ଏବେ ଭାରତ ଆକାଶରେ । ଦିନକୁ ଦିନ ଏହି ଦୁଃସାଧ୍ୟ, ଜୀବନନାଶକ ଭାଇରସ ଭାରତରେ ଭୟର ବାତାବରଣ ଖେଳାଇବାରେ ଲାଗିଛି । ଦେଶରେ ସନ୍ଦିଗ୍ଧ, ଆକ୍ରାନ୍ତ ଓ ସଂକ୍ରମିତଙ୍କ ରିପୋର୍ଟ ବଢିବାରେ ଲାଗୁଛି । ଅନେକ ଅସାଧ୍ୟ ରୋଗକୁ ଆୟତ୍ତ କରିଥିବା ଚିକିତ୍ସା ବିଜ୍ଞାନ ବର୍ତ୍ତମାନ ସୁଦ୍ଧା କୋରୋନା ଆଗରେ ନାଚାର । ପ୍ରତିକାର ପାଇଁ ବାହାରିନାହିଁ ନିରାକରଣର ସୂତ୍ର, ଉପଚାର ପାଇଁ ଔଷଧ । ମାତ୍ର ଭାରତୀୟ ବୈଜ୍ଞାନିକଙ୍କ ଏକ ସଫଳ ଓ ବିରଳ ଉଦ୍ୟମ ଏବେ ଚର୍ଚ୍ଚାରେ । ରାଜସ୍ଥାନ ଡାକ୍ତରୀଦଳ କୋରୋନା ଭାଇରସରେ ସଂକ୍ରମତି ରୋଗୀଙ୍କୁ ଏଚ. ଆଇ.ଭି ଔଷଧ ଦେଇ ଆରୋଗ୍ୟ କରିଛନ୍ତି ।

ସୂଚନା ଯେ, ରାଜସ୍ଥାନର ସାୱାଇ ମ୍ୟାନ୍ ସିଂ (ଏସ୍ଏମ୍ଏସ୍) ଡାକ୍ତରଖାନାର ଡାକ୍ତରମାନେ ଏଚ୍‌ଆଇଭି, ସ୍ବାଇନ୍ ଫ୍ଲୁ ଏବଂ ମ୍ୟାଲେରିଆ ଔଷଧର ମିଶ୍ରଣ ବ୍ୟବହାର କରି ଜଣେ ଇଟାଲୀୟ କୋରୋନା ଭାଇରସ୍ (COVID -19) ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିଛନ୍ତି ।

ଏହି ରୋଗୀ 23 ଜଣିଆ ଇଟାଲୀୟ ପର୍ଯ୍ୟଟକ ଦଳ ଭାବରେ ତାଙ୍କ ସ୍ବାମୀଙ୍କ ସହ ଭାରତ ଆସିଥିଲେ । ଏହାସହ ସେମାନେ ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିଥିଲେ । ସେତେବେଳେ ତାଙ୍କ ଠାରେ କୋରୋନା ନେଗେଟିଭ ରିପୋର୍ଟ ରହିଥିଲା । ଏହି ଗ୍ରୁଫରେ ରୋଗରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପ୍ରଥମ କୋରୋନା ସନ୍ଦିଗ୍ଧ ରହିଥିଲେ । ପରେ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ତାଙ୍କୁ ମାର୍ଚ୍ଚ 3ରେ କୋରୋନା ମାମଲାରେ ପଜେଟିଭ ରିପୋର୍ଟ ଭାବରେ ରିପୋର୍ଟ ଆସିଥିଲା । ତା ପରଦିନ ତାଙ୍କ ପତ୍ନୀଙ୍କ ଠାରେ ମଧ୍ୟ କୋରୋନା ପଜିଟିଭ୍ ରିପୋର୍ଟ ଆସିଥିଲା ।

ପରେ କୋରୋନା ସଂକ୍ରମିତଙ୍କୁ ଆରୋଗ୍ୟ କରିବା ପାଇଁ ସାୱାଇ ମ୍ୟାନ୍ ସିଂ (ଏସଏମଏସ)ର ଡାକ୍ତରୀଦଳ HIV ଚିକିତ୍ସା ପାଇଁ ଦୁଇଗୋଟି ଆବଶ୍ୟକୀୟ ଔଷଧର ମିଶ୍ରଣ କରି ପ୍ରଥମେ ଚିକିତ୍ସା କରିଥିଲେ । ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ ବିଭାଗ) ରୋହିତ କୁମାର ସିଂ କହିଛନ୍ତି, ଯେ, ସେ ରୋଗୀଙ୍କୁ ଦିନକୁ ଦୁଇଥର ଲୋପିନାଭିର 200mg / ରିଟୋନାଭିର 50mg ର ମିଶ୍ରଣ ଦେଇଥିଲୁ ।

ଏଚ୍‌ଆଇଭି ଔଷଧର ମିଶ୍ରଣ କରି ଚିକିତ୍ସା କରିବା ପ୍ରୋଟୋକଲକୁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସନ୍ତୁଷ୍ଟି ପ୍ରକାଶ କରିଥିଲା । ଏହା ବ୍ୟତୀତ ଡାକ୍ତରମାନେ ତାଙ୍କୁ ଓସେଲଟାମିଭିର, ସ୍ବାଇନ୍ ଫ୍ଲୁ ଚିକିତ୍ସାରେ ଉପଯୋଗୀ ଏବଂ ମ୍ୟାଲେରିଆ ଚିକିତ୍ସାରେ ଉପଯୋଗୀ କ୍ଲୋରୋକାଇନ୍ ମଧ୍ୟ ଦେଇଥିଲେ।

ଏସଏମଏସ ମେଡିକାଲ କଲେଜ ପ୍ରିନ୍ସପାଲ ଓ କଣ୍ଟ୍ରୋଲୋର ଡା. ସୁଧୀର ଭଣ୍ଡାରୀ କହିଛନ୍ତି ଯେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ପରେ ଚିକିତ୍ସା ଯୋଗାଇଦିଆଯାଇଛି । ବର୍ତ୍ତମାନ ସେ ଏହି ରୋଗ ପାଇଁ ନେଗେଟିଭ ରିପୋର୍ଟ ରହିଛି । ଏହା ଏସଏମଏସ ହସପିଟାଲ ଡାକ୍ତରଙ୍କ ପାଇଁ ଏକ ପ୍ରମୁଖ ସଫଳତା ବୋଲି ସେ କହିଛନ୍ତି ।

ତାଙ୍କର 69 ବର୍ଷିୟା ସ୍ବାମୀ ଏବେ ବି କୋରୋନା ପାଇଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ଦିନ ପୂର୍ବରୁ, ତାଙ୍କର ପରୀକ୍ଷା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ରିପୋର୍ଟ ପଜିଟିଭ୍ ରହିଛି | ବର୍ତ୍ତମାନ ତାଙ୍କୁ ନନ- ଭେଣ୍ଟିଲେଟର ସହାୟତାରେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି ।

ଏସଏମଏସ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଡ. ଡିଏସ ମୀନା କହିଛନ୍ତି ଯେ, କୋରୋନା ଆକ୍ରାନ୍ତ ରୋଗୀଙ୍କ ପତ୍ନୀଙ୍କ ଏହି ଭାଇରସରେ ନେଗେଟିଭ ରିପୋର୍ଟ ଆସିଛି, ତେଣୁ ତାଙ୍କ ଏବେ ଆଇସୋଲେନ ୱାର୍ଡରୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି । ସେ କିନ୍ତୁ ତାଙ୍କ ସ୍ବାମୀଙ୍କ ସହ ସମାନ ୱାର୍ଡରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଫୁସଫୁସ ରୋଗ ହୋଇଥିବାରୁ ତାଙ୍କ ସ୍ବାମୀ ସୁସ୍ଥ ହେବାକୁ ସମୟ ନେଉଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ତେବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସେମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.