ETV Bharat / bharat

ରାଜସ୍ଥାନ ରାଜନୀତି; ବିଧାନସଭା ଅଧିବେଶନ ପୂର୍ବରୁ ପୁଣି ହଲଚଲ ବିଜେପି-କଂଗ୍ରେସ କ୍ୟାମ୍ପ

author img

By

Published : Aug 7, 2020, 4:35 PM IST

କଣ ହେବ ଗେହେଲଟଙ୍କ ଆସନ । ପାଇଲଟ କୋଉଠି କରିବେ ଲ୍ୟାଣ୍ଡିଂ । ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ବସୁନ୍ଧରା ରାଜେ । ରାଜସ୍ଥାନ ରାଜନୀତି ସ୍ଥିତିକୁ ନେଇ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Rajasthan congress
Rajasthan congress

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ଅଧିବେଶନ ପୂର୍ବରୁ ରାଜସ୍ଥାନ ରାଜନୀତି ପୁଣି ଥରେ ଜବରଦସ୍ତ ହଲଚଲ ହୋଇଛି । ହାଇକମାଣ୍ଡଙ୍କ ସନ୍ଦେଶ ନେଇ ଆଜି ସଂଧ୍ୟାରେ କଂଗ୍ରେସ ମହାସଚିବ କେକେ ବେଣୁଗୋପଳ, ଅଜୟ ମାକେନ ବିଧାୟକ ରହୁଥିବା ଜୈସଲମେର ପହଞ୍ଚିବେ । ଏହାସହ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ଆଜି ବିଧାୟକଙ୍କୁ ସାକ୍ଷାତ କରିବେ ।

ସେପଟେ ଭାରତୀୟ ଜନତା ପାର୍ଟି କ୍ୟାମ୍ପ ମଧ୍ୟ ପୁରା ଦମରେ ଆକ୍ଟିଭ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ବୈଠକରେ ରାଜ୍ୟର ରାଜନୀତି ପରିସ୍ଥିତି ବିଧାନସଭା ଅଧିବେଶନ ଦଳର ଭୂମିକା ଓ ସଚ୍ଚିନ ପାଇଲଟଙ୍କ ରଣନୀତି ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ ରାଜ୍ୟର ଏହି ରାଜନୈତିକ ସଂକଟରେ ଦୀର୍ଘଦିନ ଧରି ବସୁନ୍ଧରା ରାଜେ ମୌନ ଥିଲେ । ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲା ।

ଏହି ରାଜନୈତିକ ଘମାସାନ ମଧ୍ୟରେ ବିଧାନସଭା ଅଧିବେଶନ ପାଖେଇ ଆସୁଛି । ରାଜ୍ୟପାଳ କଲରାଜ ମିଶ୍ର 14 ଅଗଷ୍ଟରେ ଅଧିବେଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପର୍ଯ୍ୟନ୍ତ ଦଳୀୟ ବିଧାୟକଙ୍କୁ ଏକଜୁଟ ରଖିବାକୁ ଅଶୋକ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିବେଶନ ବେଳେ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି । 17 ଅଗଷ୍ଟ ସୁଦ୍ଧା ଗେହଲଟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଚାହୁଁଥିବା ଜଣାପଡିଛି । ତେବେ ବିଧାୟକ ଏକାଠି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ବିଧାୟକଙ୍କୁ ବିଶ୍ବାସକୁ ନେଇପାରୁ ନାହାଁନ୍ତି ।

ତେବେ ଗୋଟିଏ ପଟେ ଗେହଲଟ କ୍ୟାମ୍ପରେ ହଲଚଲ ବଢୁଥିବା ବେଳେ, ସେପଟେ ସଚିନ ପାଇଲଟଙ୍କ କ୍ୟାମ୍ପ ମଧ୍ୟ ପୁରା ଆକ୍ସନକୁ ଆସିଯାଇଛି । ଯାହା କଂଗ୍ରେସକୁ ଆହୁରି ଆଶା ଆଶଙ୍କାକୁ ଠେଲି ଦେଉଛି । ଏହାରି ଭିତରେ ଆଉ ଏକ ଘଟଣା କ୍ରମେ ପାଇଲଟ କ୍ୟାମ୍ପ ବିଧାନସଭା ଅଧିବେସନରେ ସାମିଲ ହେବ ବୋଲି ଘୋଷଣା କରିଛି । ଯେଉଁଥିପାଇଁ ଗେହଲଟ ନିଜ ବିଧାୟକଙ୍କୁ ବିଶ୍ବାସ କରିବା ମୁଡରେ ନାହାଁନ୍ତି । ଆଜି ବସିବାକୁ ଥିବା କଂଗ୍ରେସ ବିଧାୟକଙ୍କ ବୈଠକ ଅନେକ ଗୁରୁତ୍ବ ରଖୁଛି । କାରଣ ଆସନ୍ତା 11 ତାରିଖରେ ରାଜସ୍ଥାନ ହାଇକୋର୍ଟରେ 6 ଜଣ ବିଏସପି ବିଧାୟକ କଂଗ୍ରେସରେ ମିଶିବା ପ୍ରସଙ୍ଗରେ କୋର୍ଟ ରାୟ ଶୁଣାଇବେ ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବସୁନ୍ଧରା ରାଜେଙ୍କ ସହ ଆଲୋଚନା କରିବା ପରେ ରାଜସ୍ଥାନ ବିରୋଧୀ ଦଳ ନେତା ଓ ରାଜ୍ୟ ସଭାପତି ସତିଶ ପୁନିଆଙ୍କୁ ଦିଲ୍ଲୀ ଡାକିଛନ୍ତି । ଯାହା ଏବେ ରାଜ୍ଯ ରାଜନୀତିକୁ ପୁରା ହଲଚଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.