ETV Bharat / bharat

ପଙ୍ଗପାଳ ଆକ୍ରମଣ ନେଇ ଚେତାବନୀ ଦେଲା ଏଏଫଓ

author img

By

Published : Jul 10, 2020, 2:03 PM IST

ରାଜସ୍ଥାନର ବହୁ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ପରେ କୃଷି ଏବଂ ଖାଦ୍ୟ ସଂଗଠନ(ଏଏଫଓ) ବାର୍ମର ଜିଲ୍ଲାରେ ପଙ୍ଗପାଳ ଆକ୍ରମଣର ଚେତାବନୀ ଦେଇଛନ୍ତି।

_locust swarm
ପଙ୍ଗପାଳ ଆକ୍ରମଣ ନେଇ ଚେତାବନୀ ଦେଲା ଏଏଫଓ

ଜୟପୁର: ରାଜସ୍ଥାନର ବହୁ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ପରେ କୃଷି ଏବଂ ଖାଦ୍ୟ ସଂଗଠନ(ଏଏଫଓ) ବାର୍ମର ଜିଲ୍ଲାରେ ପଙ୍ଗପାଳ ଆକ୍ରମଣର ଚେତାବନୀ ଦେଇଛନ୍ତି।

ତେବେ ପଙ୍ଗପାଳ ଆକ୍ରମଣର ସମସ୍ତ ପରିସ୍ଥିତିକୁ ଏଏଫଓ ମୁକାବିକା କରିବା ପାଇଁ ପ୍ରସ୍ତୁତ ରହିଛି । ବର୍ତ୍ତମାନ ମୌସୁମୀ ଯୋଗୁ ଚାଷୀମାନେ ସେମାନଙ୍କ ଚାଷକୁ ନେଇ ଚିନ୍ତିତ ରହିଛନ୍ତି । ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପଙ୍ଗପାଳ ମୁକାବିଲା ପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟର 2.75 ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ ଅପରେସନ କାର୍ଯ୍ୟ ଜାରି ରହିଛି ।

ବାର୍ମର କୃଷି ବିଭାଗର ଡେପୁଟି ଅଧ୍ଯକ୍ଷ ଡ. ଜେଆର ଭାଖର କହିଛନ୍ତି, ପଙ୍ଗପାଳ ଅପରେସନ ଟିମ୍ ପଙ୍ଗପାଳ ଆକ୍ରମଣକୁ ମୁକାବିଲା କରିବା ପାଇଁ ସ୍ପ୍ରେ, ଗାଡି, ଡ୍ରୋନ୍ ଏବଂ ଟ୍ରାକ୍ଟର ଚାଳିତ ସ୍ପ୍ରେର ବ୍ୟବହାର କରୁଛନ୍ତି । ଏଥିସହ ସେ କହିଛନ୍ତି, ପଙ୍ଗପାଳ ମୁକାବିଲାରେ ଡ୍ରୋନ ବ୍ୟବହାର କରି ଭାରତ ବିଶ୍ବର ପ୍ରଥମ ଦେଶ ପାଲଟିଛି ।

ଏହି ମୌସୁମୀରେ ପଙ୍ଗପାଳ ଚାଷ ଜମିରେ ଆକ୍ରମଣ କରିବା ଅଧିକ ସମ୍ଭାବନା ରହିଛି । ବର୍ତ୍ତମାନ ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ 2ଟି ହେଲିକପ୍ଟର, ଗୋଟିଏ ଘରୋଇ କମ୍ପାନୀ ଏବଂ ବାୟୁସେନା ନିୟୋଜିତ ହୋଇଛନ୍ତି। କିନ୍ତୁ ପଙ୍ଗପାଳ ରାଜସ୍ଥାନରେ କିଛି ଫସଲର ନଷ୍ଟ କରିଥିବା ଡ. ଭାଖର କହିନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.