ହାଇଦ୍ରାବାଦ: ମୁମ୍ବାଇର ଏକ ଡାକ୍ତରଖାନାରେ ଆଉ 10 ଜଣ କର୍ମଚାଙ୍କ ନିକଟରେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛି । ତେବେ ହସ୍ପିଟାଲର ମୋଟ 35 କର୍ମଚାରୀ ବର୍ତ୍ତମାନ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
![Rajasthan 29](https://etvbharatimages.akamaized.net/etvbharat/prod-images/6796272_832_6796272_1586927474619.png)
ସେହିପରି ବୁଧବାର ରାଜସ୍ଥାନରେ 29 ଟି ନୂଆ କୋଭିଡ-19 ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଜୟପୁରରେ 15, ଯୋଧପୁରରେ 7 ଏବଂ କୋଟାରେ 7 ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ ସକରାତ୍ମକ ମାମଲା ବର୍ତ୍ତମାନ 1034ରେ ପହଞ୍ଚିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା କିଙ୍ଗ ଜର୍ଜସ ମେଡିକାଲରେ ପରୀକ୍ଷା କରାଯାଇଥିବା 806ଟି ସାମ୍ପଲରେ 45ଟି ପଜିଟିଭ ବାହାରିଛି । ଯାହାଦ୍ବାରା ରାଜ୍ୟରେ ସମୂଦାୟ ଆକ୍ରାନ୍ତଙ୍କ ସଂଖ୍ୟା 660ରେ ପହଞ୍ଚିଥିବାବେଳେ, 8 ଜଣଙ୍କର ପ୍ରାଣହାନୀ ଘଟିଛି ।