ETV Bharat / bharat

ବେକାରୀଙ୍କୁ ଚାକିରୀ ଦେବାରେ ପ୍ରଥମ ରାଜସ୍ଥାନ, ରୋଜଗାର ପାଇଲେ 49 ଲକ୍ଷରୁ ଊର୍ଦ୍ଧ୍ବ - ବେକାରୀଙ୍କୁ ଚାକିରୀ ଦେବାରେ ପ୍ରଥମ ରାଜସ୍ଥାନ

ମନରେଗା ଯୋଜନା ବେରୋଜଗାର ଲୋକଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ ହୋଇଛି ଓ କୋରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକଡାଉନ୍ ଲାଗୁ ହେବା ପରେ ଶ୍ରମିକମାନେ ନିଜ ଘରକୁ ଫେରିଛନ୍ତି। ଶନିବାର ରାଜସ୍ଥାନର 9,983 ଗ୍ରାମ ପଞ୍ଚାୟତରେ ମନରେଗାରେ 49 ଲକ୍ଷରୁ ଅଧିକ ଲୋକ କାମ କରିଛନ୍ତି।

ashok gehlot
ବେକାରୀଙ୍କୁ ଚାକିରୀ ଦେବାରେ ପ୍ରଥମ ରାଜସ୍ଥାନ
author img

By

Published : Jun 7, 2020, 3:51 PM IST

ଜୟପୁର: ମନରେଗା ଯୋଜନା ବେରୋଜଗାର ଲୋକଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ ହୋଇଛି ଓ କୋରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକଡାଉନ୍ ଲାଗୁ ହେବା ପରେ ଶ୍ରମିକମାନେ ନିଜ ଘରକୁ ଫେରିଛନ୍ତି। ଶନିବାର ରାଜସ୍ଥାନର 9,983 ଗ୍ରାମ ପଞ୍ଚାୟତରେ ମନରେଗାରେ 49 ଲକ୍ଷରୁ ଅଧିକ ଲୋକ କାମ କରିଛନ୍ତି। ଏହି ସଂଖ୍ୟା 2019 ଜୁନ୍ ମାସ ଠାରୁ 17 ଲକ୍ଷ ଅଧିକ । ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଯେଉଁମାନେ ଲକଡାଉନ୍ କାରଣରୁ ଘରକୁ ଫେରିଛନ୍ତି କିମ୍ବା ସ୍ଥାନୀୟ ଲୋକ ଯେଉଁମାନେ କାମରୁ ବଞ୍ଚିତ ହୋଇଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମରେ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଏହି ସଙ୍କଟ ସମୟରେ ପ୍ରବାସୀ ଶ୍ରମିକ ଓ ବେକାରଙ୍କ ପାଇଁ ଏକ ସହାୟକ ଭାବେ ପ୍ରମାଣିତ ହୋଇଛି। ଉଦାହରଣ ସ୍ବରୂପ, ରାଜ୍ୟର ଖିଭାନସର ପଞ୍ଚାୟତିରାଜ ସମିତିର ଭୁଣ୍ଡେଲ ଗ୍ରାମ ପଞ୍ଚାୟତିରାଜ ବିଷୟରେ କହିବାକୁ ଗଲେ ଶନିବାର ମନରେଗା ଅଧୀନରେ ସାତ ନାଡି ପୋଖରୀର କାମ ଥିଲା, ଯେଉଁଥିରେ ପ୍ରାୟ 2000 ଶ୍ରମିକ ନିୟୋଜିତ ଥିଲେ । ଏଥିମଧ୍ୟରୁ ଦୁଇଶହରୁ ଅଧିକ ଅଭାବୀ ପ୍ରବାସୀ ଶ୍ରମିକ । ଏହା ବ୍ୟତୀତ, ସେଠାରେ ମଧ୍ୟ ସ୍ଥାନୀୟ ଲୋକ ଅଛନ୍ତି ଯେଉଁମାନେ ଲକଡାଉନ୍ କାରଣରୁ ଚାକିରୀ ହରାଇଛନ୍ତି ଓ ଆଜିକାଲି ସେମାନେ ରୋଜଗାର ପାଇଁ ମନରେଗାରେ କାମ କରିବାକୁ ଆସୁଛନ୍ତି ।

ରାଜ୍ୟର ମନରେଗା (ମହାତ୍ମା ଗାନ୍ଧୀ ରୋଜଗାର ଗ୍ୟାରେଣ୍ଟି ସ୍କିମ୍) କମିଶନର ପିସି କିଶାନ କହିଛନ୍ତି ଯେ ଶନିବାର ମନରେଗା ଅଧୀନରେ ରାଜ୍ୟର 9,983 ଗ୍ରାମ ପଞ୍ଚାୟତରେ 49,52,496 ଲୋକ ନିଯୁକ୍ତି ପାଇଛନ୍ତି। ଏକ ବର୍ଷ ପୂର୍ବେ ଜୁନ 7 ରେ, ଏହି ସଂଖ୍ୟା 32,25931 ଥିଲା, ଅର୍ଥାତ୍ 17,26,565 ଅଧିକ ଲୋକ ଗୋଟିଏ ଦିନରେ ମନରେଗା ରେ କାମ ପାଇଲେ ।

ସରକାରୀ ଆକଳନ ଅନୁଯାୟୀ, ମନରେଗା ଅଧୀନରେ କାମ ଦେବାରେ ରାଜସ୍ଥାନ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି। ଶନିବାର ଉତ୍ତରପ୍ରଦେଶରେ 41.72 ଲକ୍ଷ ନିଯୁକ୍ତି ପାଇଥିବା ଶ୍ରମିକଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଛି ଓ ପରେ ଆନ୍ଧ୍ରପ୍ରଦେଶରେ 40.01 ଲକ୍ଷ ଶ୍ରମିକ, ଚତୁର୍ଥ ସ୍ଥାନରେ ଛତିଶଗଡ 25.19 ଲକ୍ଷ ଶ୍ରମିକ ଓ ମଧ୍ୟପ୍ରଦେଶରେ 24.96 ଲକ୍ଷ ଶ୍ରମିକଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।

ଗତ ସପ୍ତାହରେ ସରପଞ୍ଚ ତଥା ଅନ୍ୟ ଜନ ପ୍ରତିନିଧୀଙ୍କ ସହ ଏକ ଭିଡିଓ ସମ୍ମିଳନୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ଏହି ସଙ୍କଟ ସମୟରେ ମନରେଗା ଦେଶର ଗ୍ରାମଗୁଡିକରେ କୋଟି କୋଟି ଲୋକଙ୍କୁ ସକ୍ଷମ କରି ଏହାର ଗୁରୁତ୍ବ ପ୍ରମାଣ କରିଛି। ଅନ୍ୟପକ୍ଷରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ ଅନ୍ୟ ରାଜ୍ୟରୁ ଚାକିରୀ ଅଭାବରୁ ଓ ସ୍ଥାନୀୟ ସ୍ତରରେ ଚାକିରୀରୁ ବଞ୍ଚିତ ଶ୍ରମିକମାନେ ରାଜସ୍ଥାନକୁ ଫେରି ଆସିଥିବା ଶ୍ରମିକଙ୍କ ପାଇଁ ମନରେଗା ଯୋଜନା ଏକ ସୁଫଳ ପ୍ରମାଣିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.