ନୂଆଦିଲ୍ଲୀ: ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି । ସୋମବାର ରାଜ ଠାକରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରାଙ୍କୁ ନୂଆଦିଲ୍ଲୀରେ ଭେଟି ଦେଶର ନିର୍ବାଚନ ପକ୍ରିୟାରେ ବିଶ୍ବାସ ବଜାୟ ରଖିବା ସମ୍ବନ୍ଧୀୟ ଏକ ଚିଠି ପ୍ରଦାନ କରିଛନ୍ତି ।
ଇଲୋକଟ୍ରେନିକ୍ ଭୋଟିଙ୍ଗ ମେସିନ୍ (EVM) ମାଧ୍ୟମରେ ହେଉଥିବା ନିର୍ବାଚନ ଉପରେ ଭରସା ହରାଉଛନ୍ତି । ପୁଣି ଲୋକଙ୍କ ବିଶ୍ବାସକୁ ବଜାୟ ରଖିବାକୁ ଆମକୁ ପୂର୍ବ ପକ୍ରିୟାରେ ନିର୍ବାଚନ କରିବାକୁ ହେବ ।
ଏଥିସହ ସେ କହିଛନ୍ତି, ବିଜେପି 2014 ନିର୍ବାଚନ ଜିତିବା ପୂର୍ବରୁ ଇଭିଏମ ବିରୋଧରେ ଅଦାଲତରେ ମାମଲା ରୁଜୁ କରିଥିଲେ । କିନ୍ତୁ ଜିତିବା ପରେ କେହି ବି ଜଣେ କହିବାକୁ ସାମ୍ନାକୁ ଆସିଲେନି । ଏବେ ଅନ୍ୟ ରାଜନୈତିକ ଦଳ ଏ ବିଷୟ ରେ କଥା ହେବା ଆରମ୍ଭ କରିଦେଲେଣି ।