ETV Bharat / bharat

ମହାରାଷ୍ଟ୍ରରେ ମହାରାଲି, ସିଏଏ ସମର୍ଥନରେ ରାଜ ଠାକରେ

author img

By

Published : Feb 10, 2020, 5:29 AM IST

Updated : Feb 10, 2020, 6:29 AM IST

ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ଦଳକୁ ଚେକ ଦେବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା ଆରମ୍ଭ କରିଛି ପ୍ରାରମ୍ଭିକ ପ୍ରକ୍ରିୟା । ହିନ୍ଦୁତ୍ବର କଥା କହୁଥିବା ଶିବସେନା କ୍ଷମତା ପାଇଁ ବିଚାରକୁ ବଳି ଦେଇଥିବାବେଳେ ଅସଲ କାର୍ଡ ଖେଳିବା ଆରମ୍ଭ କରିଛି ଏମଏନଏସ । ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଦଳ ବାହାର କରିଛି ପଦଯାତ୍ରା । ଅଧିକ ପଢନ୍ତୁ...

CAA protestors
CAA protestors

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ ସପକ୍ଷରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ର ବିରାଟ ପଟୁଆରା । ଦଳର ମୁଖ୍ୟ ରାଜ ଠାକରେଙ୍କ ନେତୃତ୍ବରେ ବାହାରିଥିବା ଏହି ବିଶାଳ ପଦ ଯାତ୍ରା ମହାରାଷ୍ଟ୍ରର ରାଜନୀତିରେ ନୂଆ ସମ୍ଭାବନା ସଞ୍ଚାର କରିଛି ।

ପ୍ରାୟ ଦୁଇ ଲକ୍ଷ କର୍ମୀଙ୍କୁ ନେଇ ସିଏଏ ଓ ଏନଆରସି ସମର୍ଥନରେ ବାହାରିଥିଲା ଏହି ବିଶାଳ ରାଲି । ପଡୋଶୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସୁଥିବା ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା ସହ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଦାବି କରିଛି ଦଳ ।

ସିଏଏ ସମର୍ଥନ ରାଲି ପାଇଁ ଏମଏନଏସ ମୁଖ୍ୟ ରାଜ ଠାକରେ ବହୁ ପୂର୍ବରୁ ପ୍ରୟାସ ଚଳାଇଥିବା ବେଳେ ମହାରାଷ୍ଟର ପ୍ରତ୍ୟକ ଗଳି କନ୍ଦିରେ ସମର୍ଥନ ପୋଷ୍ଟର ଦେଖିବାକୁ ମିଳିଥିଲା । ଏହି ମହାରାଲିରେ ସାମିଲ ହେବା ପାଇଁ ସମସ୍ତଙ୍କୁ ବ୍ୟାନର, ପୋଷ୍ଟର ଜରିଆରେ ଅନୁରୋଧ କରିଥିଲେ ରାଜ ।

ରାଜ୍ୟରେ ମହାବିକାଶ ଅଘାଡ଼ି ଦଳକୁ ଚେକ୍ ଦେବା ପାଇଁ ଏମଏନଏସର ଏହା ପ୍ରାରମ୍ଭିକ କାର୍ଯ୍ୟ ବୋଲି ଏକ ପ୍ରକାର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ହିନ୍ଦୁତ୍ବର କଥା କହୁଥିବା ଶିବସେନା ନିର୍ବାଚନ ପରେ ଯେପରି କଂଗ୍ରେସ ଏବଂ ଏନସିପି ମେଣ୍ଟ କରିଛି, ତାହାକୁ ମାତ ଦେବା ପାଇଁ ଅର୍ଥାତ ହିନ୍ଦୁତ୍ବ କାର୍ଡ ଖେଳିବା ପାଇଁ ରାଜ ଠାକରେ ପୁଣି ଥରେ ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି ।

Intro:Body:

 odisha

Conclusion:
Last Updated : Feb 10, 2020, 6:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.