ETV Bharat / bharat

ପୁଲିସ-ମାଓବାଦୀ ଗୁଳିବିନିମୟ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

author img

By

Published : Jun 28, 2019, 10:41 AM IST

Updated : Jun 28, 2019, 11:56 AM IST

ରାଜନନ୍ଦଗାଁ,କାଙ୍କେର ଓ ଗଡଚିରୌଲି ଜିଲ୍ଲା ସୀମାନ୍ତରେ ଥିବା କୋହକାଟେଲା ଗାଁରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏବେ ମଧ୍ୟ ଉକ୍ତ ସ୍ଥାନରେ କମ୍ବିଂ ଅପରେସନ୍‌ ଜାରି ରହିଛି।

ଫଟୋ ସୌଜନ୍ୟ: ଏନଆଇ

ରାୟପୁର: ଛତିଶଗଡର ରାଜନନ୍ଦନଗାଁଓ ଜିଲ୍ଲାରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ ରାଜନନ୍ଦଗାଁ,କାଙ୍କେର ଓ ମହାରାଷ୍ଟ୍ରର ଗଡଚିରୌଲି ଜିଲ୍ଲା ସୀମାନ୍ତରେ ଥିବା କୋହକାଟେଲା ଗାଁରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏବେ ମଧ୍ୟ ଉକ୍ତ ସ୍ଥାନରେ କମ୍ବିଂ ଅପରେସନ୍‌ ଜାରି ରହିଛି।

raipur-encounter
ଫଟୋ ସୌଜନ୍ୟ: ଏନଆଇ

ଘଟଣାସ୍ଥଳରୁ ରାଇଫଲ୍‌,ଏୟାରଗନ୍‌, ଗୋଳାବାରୁଦ ଓ ବିପୁଳ ପରିମାଣର ଦୈନନ୍ଦିନ ବ୍ୟବହାର ଉପଯୋଗୀ ଆସବାପତ୍ର ଜବତ କରିଛି ପୋଲିସ । ପୂର୍ବରୁ ଏହି ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ମାଓବାଦୀଙ୍କ ଗତିବିଧି ବିଷୟରେ ସୁରକ୍ଷାବାହିନୀକୁ ଗୁପ୍ତ ସୂଚନା ମିଳିଥିଲା ।

ଗୁପ୍ତ ସୂଚନା ଆଧାରରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା । ସର୍ଚ୍ଚ ଅପରେସନ୍‌ ଜାରି ଥିବା ସମୟରେ ମାଓବାଦୀ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ମାଓବାଦୀ ଛତ୍ରଭଙ୍ଗ କରିଥିଲେ । ଏହାସହ ପ୍ରାଣ ବିକଳରେ ସ୍ଥାନ ଛାଡି ପଳାଇଥିଲେ ।

ଏହି ଅପରେସନରେ ଅନେକ ମାଓବାଦୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଏହି ଏପରେସନରେ ମିଳିତ ଭାବେ ଜିଲ୍ଲା ପୋଲିସ, ଡିଆରଜି, ଏସଟିଏଫ୍‌ ଓ ଆଇଟିବିପି ଯବାନ ସାମିଲ ରହିଥିଲେ ।

Intro:Body:Conclusion:
Last Updated : Jun 28, 2019, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.