ରାୟପୁର: ଛତିଶଗଡରେ ପୁଣିଥରେ ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ନକ୍ସଲମାନେ ଜଣେ ସହାୟକ କନେଷ୍ଟବଳଙ୍କ ଉପରେ ଚାକୁରେ ଆକ୍ରମଣ କରି କରିଛନ୍ତି । ଏଥିରେ ସହାୟକ କନେଷ୍ଟବଳ ଚୈତୁରାମ ଶହୀଦ ହୋଇଛନ୍ତି ।
ବିଜାପୁରର ସାପ୍ତାହିକ ବଜାରରେ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ବିଜାପୁର ଏସ୍ପି ମୋହିତ ଗର୍ଗ ଘଟଣାର ପୃଷ୍ଟି କରି କହିଛନ୍ତି, ବିଜାପୁରର ବାସାଗୁଡା ଥାନାକ୍ଷେତ୍ରରେ ଏହି ସାପ୍ତାହିକ ବଜାର ବସିଥିଲା । ଏହି ସମୟରେ ନକ୍ସଲଙ୍କ ତରଫରୁ ପ୍ରଥମେ 7-8 ରାଉଣ୍ଡ ଫାଇରିଂ କରାଯାଇଥିଲା । ଏହା ପରେ ସହାୟକ କନେଷ୍ଟବଳଙ୍କ ଉପରେ ଚାକୁରେ ଆକ୍ରମଣ କରିଥିଲେ ।