ETV Bharat / bharat

ବର୍ଷାରେ ବେହାଲ ମହାରାଷ୍ଟ୍ର: ମେଡିକାଲ-ଥାନାରେ ପଶିଲା ପାଣି - Rainwater entered the emergency ward of Dr Ulhas Patil Medical College and Hospital in Jalgaon

ବର୍ଷାରେ ବେହାଲ ମହାରାଷ୍ଟ୍ର । ମେଡିକାଲ ଓ ଥାନାରେ ପଶିଲା ପାଣି। ମେଡିକାଲରେ ଚିକିତ୍ସିତ ହେଉଥିବା କୋରୋନା ରୋଗୀଙ୍କୁ ଅନ୍ୟ ଓ୍ବାର୍ଡକୁ କରାଗଲା ସ୍ଥାନାନ୍ତର । ଅଧିକ ପଢନ୍ତୁ......

Rainwater entered the emergency ward of Dr Ulhas Patil Medical College and Hospital in Jalgaon
ବର୍ଷାରେ ବେହାଲ ମହାରାଷ୍ଟ୍ର୍ର ,ମେଡିକାଲ ଓ ଥାନାରେ ପଶିଲା ବର୍ଷା ପାଣି
author img

By

Published : Jun 15, 2020, 9:31 AM IST

ମୁମ୍ବାଇ : ବର୍ଷାରେ ବେହାଲ ମହାରାଷ୍ଟ୍ର । ପ୍ରବଳ ବର୍ଷା ଯୋଗୁଁ ମେଡିକାଲ ଓ ଥାନାରେ ପଶିଲା ପାଣି । ଜଲଗାଁଓରେ ଥିବା ଉଲହାସ ପାଟିଲ ମେଡିକାଲ କଲେଜ ଏବଂ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ପାଣି ପଶିଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ,ଯେଉଁ ୱାର୍ଡରେ ବର୍ଷା ଜଳ ପ୍ରବେଶ କରିଥିଲା ସେହି ଓ୍ବାର୍ଡରେ ପ୍ରାୟ ସାତରୁ ଆଠ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ ।

ପରେ ସେମାନଙ୍କୁ ଡାକ୍ତରଖାନାର ଦ୍ବିତୀୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଡରେ ପ୍ରବେଶ କରିଥିଲା। ଫଳରେ ମହାରାଷ୍ଟ୍ରର ଜଲଗାଓଁରେ ପ୍ରବଳ ବର୍ଷା ହୋଇଥିଲା। କେବଳ ଜଲଗାଓଁ ନୁହେଁ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହୋଇଥିଲା ।

ଆଇଏମଡି ମୁମ୍ବାଇ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଜେନେରାଲ କହିଛନ୍ତି ଯେ ଗତ 10 ଦିନ ମଧ୍ୟରେ କେନ୍ଦ୍ରୀୟ ଏବଂ ଉତ୍ତର ମହାରାଷ୍ଟ୍ର ଏବଂ ବିଦର୍ଭରେ ଲଗାତାର ବର୍ଷା ହୋଇଛି। ସେ କହିଛନ୍ତି ଯେ ରବିବାର ଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ସାରା ରାଜ୍ୟରେ ପହଞ୍ଚିଛି। ପ୍ରବଳ ବର୍ଷା ଯୋଗୁଁ ନାଶିକ ରୋଡ ପୋଲିସ ଷ୍ଟେସନରେ ମଧ୍ୟ ପାଣି ପଶି ଯାଇଥିଲା । ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ଯେ ସନ୍ଧ୍ୟା 6ଟାରୁ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଫଳରେ କିଛି ଘଣ୍ଟା ମଧ୍ୟରେ ବର୍ଷା ଜଳ ପୋଲିସ ଷ୍ଟେସନରେ ପଶି ଯାଇଥିଲା ବୋଲି କହିଛନ୍ତି ଅଧିକାରୀ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.