ETV Bharat / bharat

167 ବର୍ଷ ଇତିହାସରେ ପ୍ରଥମ ଥର ବଦଳିଲା ଟିଟିଇ କର୍ମଚାରୀଙ୍କ ନିୟମ - ଟିଟିଇ କର୍ମଚାରୀ

ଟିଟିଇଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ରେଳବାଇ । ଜୁନ୍ 1ରୁ ଚଳାଚଳ ହେବାକୁ ଥିବା 100 ଯୋଡି ଟ୍ରେନର ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ପାଇଁ ରେଳବାଇ ନିର୍ଦ୍ଦେଶାବଳୀ ଜାରି କରିଛି।

_tte
167 ବର୍ଷ ଇତିହାସରେ ପ୍ରଥମ ଥର ବଦଳିଲା ଟିଟିଇ କର୍ମଚାରୀଙ୍କ ନିୟମ
author img

By

Published : May 30, 2020, 11:00 AM IST

ନୂଆଦିଲ୍ଲୀ: ଟିଟିଇଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ରେଳବାଇ । ଜୁନ 1ରୁ ଚଳାଚଳ ହେବାକୁ ଥିବା 100 ଯୋଡି ଟ୍ରେନର ଟିକେଟ ଯାଞ୍ଚ କର୍ମଚାରୀଙ୍କ ପାଇଁ ରେଳୱେ ନିର୍ଦ୍ଦେଶାବଳୀ ଜାରି କରିଛି।

167 ବର୍ଷ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେ ରେଳବାଇ ଟିଟିଇ କର୍ମଚାରୀଙ୍କ ପାଇଁ କୋଟ୍ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ରଦ୍ଦ କରିଛନ୍ତି। ଏଥିସହ ଟିଟିଇ କର୍ମଚାରୀଙ୍କୁ ଆଟିସି ​​ଗ୍ଲାସ୍ (ମ୍ୟାଗ୍ନିଫାଇଙ୍ଗ୍ ଗ୍ଲାସ୍) ଦିଆଯିବ । ଯାହା ଦ୍ବାରା ସେମାନେ ଦୂରରେ ରହି ଟିକେଟ୍ ଯାଞ୍ଚ କରିପାରିବେ ।

ଏହା ବ୍ୟତୀତ ଟିଟିଇ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମାସ୍କ, ଫେସ ଶିଲ୍ଡ, ଗ୍ଲୋଭସ୍, ହେଡ୍ କଭର, ସାନିଟାଇଜର, ସାବୁନ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯିବ ।

ପ୍ରକାଶ ଥାଉକି, କୋରୋନା ମହାମାରୀ ମଧ୍ୟରେ ଜୁନ୍ 1 ରୁ 100 ଯୋଡି ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ଏନେଇ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଏଥି ମଧ୍ୟରେ ରେଳଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଅନିବାର୍ଯ୍ୟ ଥିବାବେଳେ ମାସ୍କ ବାଧ୍ୟତାମୂଳକ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.