ETV Bharat / bharat

ରେଲୱେ 2.05 ଲକ୍ଷ ଟିକେଟ୍ ବିକ୍ରିରୁ ଆୟ କରିଛି 76 କୋଟି - କୋରୋନା ରେଳ

ଭାରତୀୟ ରେଳର ବିଶେଷ କରି ରାଜଧାନୀ ଏକ୍ପପ୍ରେସର 15 ଯୋଡା ଟ୍ରେନର ବୁକିଂର ଏକ ସପ୍ତାହର ମଧ୍ୟରେ 2.05 ଲକ୍ଷ ଟିକେଟ୍ ବିକ୍ରି କରି 76.22 କୋଟି ଟଙ୍କା ଆୟ କରିଛି । ମେ 10 ରେ, ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ରାଜଧାନୀ ଟ୍ରେନର 15 ଯୋଡା ଟ୍ରେନ ମେ 12 ରୁ କାର୍ଯ୍ୟ ଆରମ୍ଭ କରିବ । ଯାହାର ବୁକିଂ ମେ 11ରୁ ଆରମ୍ଭ ହୋଇଥିଲା ।

ରେଲୱେ 2.05 ଲକ୍ଷ ଟିକେଟ୍ ବିକ୍ରିରୁ ଆୟ କରିଛି 76 କୋଟି

author img

By

Published : May 18, 2020, 9:40 PM IST

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ରେଲୱେ ନେଟୱାର୍କ ଭାରତୀୟ ରେଳ ଲକଡାଉନ ପ୍ରଭାବରେ ବିଶେଷ ପ୍ରଭାବିତ ହୋଇଛି । ତଥାପି ଦେଶରେ ଏହି ମହାବିପତ୍ତି ସମୟରେ ରେଲୱେ ନିଜର ଯୋଗଦାନ ଜାରି ରଖିଥିଲା । ଏବେ ଭାରତୀୟ ରେଳର ବିଶେଷ କରି ରାଜଧାନୀ ଏକ୍ପପ୍ରେସର 15 ଯୋଡା ଟ୍ରେନର ବୁକିଂର ଏକ ସପ୍ତାହର ମଧ୍ୟରେ 2.05 ଲକ୍ଷ ଟିକେଟ୍ ବିକ୍ରି କରି 76.22 କୋଟି ଟଙ୍କା ଆୟ କରିଛି ।

ମେ 10ରେ, ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ରାଜଧାନୀ ଟ୍ରେନର 15 ଯୋଡା ଟ୍ରେନ ମେ 12ରୁ କାର୍ଯ୍ୟ ଆରମ୍ଭ କରିବ । ଯାହାର ବୁକିଂ ମେ 11 ରୁ ଆରମ୍ଭ ହୋଇଥିଲା ।

ରେଲୱେ 2.05 ଲକ୍ଷ ଟିକେଟ୍ ବିକ୍ରିରୁ ଆୟ କରିଛି 76 କୋଟି
ରେଲୱେ 2.05 ଲକ୍ଷ ଟିକେଟ୍ ବିକ୍ରିରୁ ଆୟ କରିଛି 76 କୋଟି

ଅଧିକାରୀ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ 3.80 ଲକ୍ଷ ଯାତ୍ରୀଙ୍କ ପାଇଁ ଟିକେଟ ବୁକ୍ କରାଯାଇଛି । ସୋମବାର 26,830 ରୁ ଅଧିକ ଯାତ୍ରୀ ସ୍ବତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବାବେଳେ ରବିବାର 30,039 ଯାତ୍ରୀ ଦ୍ବାରା ଯାତ୍ରା କରିଥିଲେ ।

ମାରାତ୍ମକ କୋରୋନା ଭାଇରସ ବିସ୍ତାରକୁ ମୁକାବିଲା କରିବା ପାଇଁ ରେଳବାଇ ମାର୍ଚ୍ଚ 25 ତାରିଖରୁ ଯାତ୍ରୀ ପରିବହନକୁ ବନ୍ଦ କରିଥିଲା । ସ୍ପେଶାଲ ରାଜଧାନୀ ଏକ୍ସପ୍ରେସ ଟ୍ରେନ ବ୍ୟତୀତ ମେ ୨ ରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି । ଯାହାଦ୍ବାରା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ର ଏବଂ ପର୍ଯ୍ୟଟକମାନେ ସେମାନଙ୍କ ଗନ୍ତବ୍ୟ ପହଞ୍ଚିପାରିବେ ।

ରବିବାର ରାତି ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ 1300ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ 17 ଲକ୍ଷରୁ ଅଧିକ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଛି । ରେଲୱେ ମଧ୍ୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସାମଗ୍ରୀ ଏବଂ ସ୍ବତନ୍ତ୍ର ପାର୍ସଲ ଟ୍ରେନ୍ ଚଳାଉଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.