ETV Bharat / bharat

ବାରରେ ଚଢାଉ; ୬୧ ଗିରଫ, ୪ ମହିଳା ଡ୍ୟାନ୍ସର ଉଦ୍ଧାର

ମୁମ୍ବାଇ ବୋରୱଲି ଅଞ୍ଚଳରେ ଏକ ବାର ଉପରେ ଶନିବାର ରାତିରେ ଚଢାଉ କରି ଅତିକମରେ 61ଜଣ ଲୋକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏହାସହ ସେଠାରୁ ୪ ମହିଳା ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି ପୋଲିସ ।

ଫାଇଲ ଫଟୋ
author img

By

Published : Sep 15, 2019, 11:28 PM IST

ମୁମ୍ବାଇ: ଆକ୍ସନ ମୁଡରେ ମୁମ୍ବାଇ ପୋଲିସ । କିଛି ଦିନ ବ୍ୟବଧାନ ପରେ ଡ୍ୟାନ୍ସ ବାରରେ ଚଢାଉ ଜୋରଦାର କରିଛି । ମୁମ୍ବାଇ ବୋରୱଲି ଅଞ୍ଚଳରେ ଏକ ବାର ଉପରେ ଶନିବାର ରାତିରେ ଚଢାଉ କରି ଅତିକମରେ 61ଜଣ ଲୋକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏହାସହ ସେଠାରୁ ୪ ମହିଳା ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି ପୋଲିସ ।

ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଚରୱାକ ବାରରେ ଅଶ୍ଳୀଳ କାମ ଚାଲୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଶନିବାର ରାତି ପ୍ରାୟ 11.30ରେ ପୋଲିସ ବାର୍‌ ଉପରେ ଅଚାନକ ଚଢାଉ କରିଥିଲା ।

ଏହାପରେ ସେଠାରୁ 32 ଜଣ କର୍ମଚାରୀ ଏବଂ 29 ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିଲା । ଏତଦ୍‌ବ୍ୟତୀତ 4 ଜଣ ମହିଳା ଡ୍ୟାନ୍ସରଙ୍କୁ ଉଦ୍ଧାର କରିଥିଲେ ପୋଲିସ । କସ୍ତୁରବା ମାର୍ଗ ପୁଲିସ୍‍ ଥାନାର ବରିଷ୍ଠ ଅଧିକାରୀ ନାମଦେବ ଶିନ୍ଦେ କହିଛନ୍ତି ଯେ ଗିରଫ 61 ଜଣଙ୍କୁ ଆଇପିସି ଧାରା 294, 114 ଏବଂ 34ରେ କୋର୍ଟ ଚାଲଣ କରାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ରବିବାର ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି । ଏହାସହ ସମସ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.