ETV Bharat / bharat

ଭାଗଲପୁର ରାଲିରେ ରାହୁଲଙ୍କ ପ୍ରଶ୍ନ ବାଣ, ନିରବ କାହିଁକି ପ୍ରଧାନମନ୍ତ୍ରୀ? - ଭାଗଲପୁର ରାଲି

ଭାଗଲପୁର ରାଲିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାମାରୀ କୋରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି ଟାର୍ଗେଟ । 22 ଦିନ ମଧ୍ୟରେ କୋରୋନା ଚାଲିଯିବ ବୋଲି ମୋଦି କହିଥିବା ବେଳେ 7 ମାସ ହୋଇଗଲାଣି ମୋଦି କଣ ପାଇଁ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ଭାଗଲପୁର ରାଲିରେ ରାହୁଲଙ୍କ ପ୍ରଶ୍ନ ବାଣ, ନିରବ କାହିଁକି ପ୍ରଧାନମନ୍ତ୍ରୀ?

author img

By

Published : Oct 23, 2020, 5:52 PM IST

ନୂଆଦିଲ୍ଲୀ: ଦୁର୍ଗା ସପ୍ତାମୀରେ ଜୋରଦାର ପ୍ରଚାର ଅଭିଯାନ ସହ ସରଗରମ ହୋଇଉଠିଛି ବିହାର ନିର୍ବାଚନ । ଗୋଟିଏ ପକ୍ଷରେ ମୋଦି ବିହାରକୁ ବିକାଶର ରାସ୍ତାରେ ଆଗେଇ ନେବାକୁ ପ୍ରଚାର ମୈଦାନରେ ପ୍ରତିଶୃତି ଦେଉଥିବା ବେଳେ ଅନ୍ୟପକ୍ଷେ ଦିଗହରା କଂଗ୍ରେସର ସମ୍ମାନ ବଞ୍ଚାଇବାକୁ ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି ରାହୁଲ ଗାନ୍ଧୀ ।

ଭାଗଲପୁର ରାଲିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାମାରୀ କୋରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି ଟାର୍ଗେଟ । 22 ଦିନ ମଧ୍ୟରେ କୋରୋନା ଚାଲିଯିବ ବୋଲି ମୋଦି କହିଥିବା ବେଳେ 7 ମାସ ହୋଇଗଲାଣି ମୋଦି କଣ ପାଇଁ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ 22 ଦିନରେ କୋରୋନାକୁ ହରାଇବେ । କିପରି? ତାଳି ଓ ଥାଳି ବଜାଇ ଆପଣମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ତାହା କରିଥିଲେ । ହେଲେ ଏହାରି ମଧ୍ୟରେ 6ରୁ 7 ମାସ ବିତିଯାଇଥିବା ବେଳେ କୋରୋନା ସଂକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ତେବେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୋଟିଏ ବି ଶବ୍ଦ କହୁ ନଥିବା ରାହୁଲ ନିଜ ସମ୍ବୋଧନରେ କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିହାରର ଶ୍ରମିକମାନେ ଆମ ବିକାଶ ପାଇଁ ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିଲେ । ଯେପରି ଆମର ଯବାନମାନେ ଲଦାଖରେ ଛିଡା ହୋଇଛନ୍ତି, ସେହିପରି ବିହାରର ଶ୍ରମିକମାନେ ଏହି ଦେଶକୁ ରକ୍ତ ଓ ଝାଳରେ ଆଗକୁ ବଢାଉଥିଲେ । ନରେନ୍ଦ୍ର ମୋଦି ଆପଣଙ୍କୁ ଗୋଟିଏ ଦିନ ମଧ୍ୟ ଦେଇନାହାଁନ୍ତି ଏବଂ କେବଳ ଦେଶବ୍ୟାପୀ ତାଲା ପକାଇବାକୁ ଘୋଷଣା କରିଦେଲେ। ସେ ଏକ ମିନିଟ ପାଇଁ ମଧ୍ୟ ଭାବି ନଥିଲେ ଯେ ବିହାରର ଶ୍ରମିକମାନେ କିପରି ଟଙ୍କା ପାଇବେ? ସେମାନେ କିପରି ଖାଦ୍ୟ ଏବଂ ପାନୀୟ ଜଳ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ସେ ଆହୁରି ମଧ୍ୟ କହିଛନ୍ତି, କୋରୋନା ମହାମାରୀ ମଧ୍ୟରେ ମୁଁ ଶ୍ରମିକମାନଙ୍କୁ ଭେଟିଥିଲି | ସେମାନେ ମୋତେ କହିଥିଲେ ଯେ ସେମାନଙ୍କୁ ଦୁଇ ଦିନ ଦେଇଥାନ୍ତେ, ଲକ୍ଷ ଲକ୍ଷ ଶ୍ରମିକ ସହଜରେ ଘରକୁ ଫେରିଥାନ୍ତେ | ସେମାନେ ବୁଝି ପାରିଲେ ନାହିଁ କାହିଁକି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅତି କମରେ ଗୋଟିଏ ଦିନ ଦେଇନାହାଁନ୍ତି ବୋଲି କହିଛନ୍ତି ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.