ETV Bharat / bharat

NEET ଓ JEE ପରୀକ୍ଷା ନେଇ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

author img

By

Published : Aug 31, 2020, 1:04 PM IST

ଗତ ରବିବାର ପ୍ରଧାନମନ୍ତ୍ରୀ ନିଜ 68ତମ ମନ କି ବାତ୍‌ରେ ପୋଷଣ ଆନ୍ଦୋଳନ ଉପରେ ଚର୍ଚ୍ଚ କରିଥିବା ବେଳେ ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

rahul targets centre, man ki baat, rahul targets modi, neet and jee examination, rahul gandhi latest news, କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ, ମନ କି ବାତ, ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ନିଟ ଓ ଜେଇଇ ପରୀକ୍ଷା, ରାହୁଲ ଗାନ୍ଧୀ ଲାଟେଷ୍ଟ ନ୍ୟୁଜ୍‌
NEET ଓ JEE ପରୀକ୍ଷା ନେଇ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଗତ ରବିବାର ପ୍ରଧାନମନ୍ତ୍ରୀ ନିଜ 68ତମ ମନ କି ବାତ୍‌ରେ ପୋଷଣ ଆନ୍ଦୋଳନ ଉପରେ ଚର୍ଚ୍ଚ କରିଥିବା ବେଳେ ଏନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଆକ୍ଷେପ କରିଛନ୍ତି କି ବର୍ତ୍ତମାନ ଦେଶରେ ନିଟ୍‌ ଓ ଜେଇଇ ପରୀକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ଓ ଚର୍ଚ୍ଚାର ବିଷୟ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏନେଇ ରେଡିଓ କାର୍ଯ୍ୟକ୍ରମରେ କୌଣସି ଆଲୋଚନା କରିନଥିଲେ । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି କି ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବିଷୟ ଛାଡି ‘ଖେଳନା ଉପରେ ଚର୍ଚ୍ଚା’ କରିଛନ୍ତି ।

ଗୋଟିଏ ପଟେ ଜେଇଇ ଓ ନିଟ ପରୀକ୍ଷାର୍ଥୀ ରବିବାରର ମନ କି ବାତ୍‌ରେ ‘ପରୀକ୍ଷା ପେ ଚର୍ଚ୍ଚା’ ଚାହୁଁଥିବା ବେଳେ ପ୍ରଧାନମନ୍ତ୍ରୀ ଏପରି କିଛି ବି କରିନଥିଲେ । ଓଲଟା ଅନାବଶ୍ୟକ ଖେଳନା ଉପରେ ଚର୍ଚ୍ଚା କରିଥିଲେ । ଯାହା ପରୀକ୍ଷାର୍ଥୀଙ୍କୁ କୌଣସି ମତେ ସାହାଯ୍ୟ କରି ନଥିବା ନେଇ ସେ ଆକ୍ଷେପ କରିଛନ୍ତି । ତେବେ ମନ କି ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଖେଳନା ଉଦ୍ୟୋଗ ଉପରେ ଚର୍ଚ୍ଚା କରିବା ପରେ ରାହୁଲ ଏପରି ମନ୍ତବ୍ୟ ଦେଇଛନ୍ତି ।

ସେପଟେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମଣ ନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସିଂ ସୁର୍ଜେୱାଲା ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏପରି ସ୍ଥିତିରେ କେନ୍ଦ୍ରର ଜେଇଇ ଓ ନିଟ ପରୀକ୍ଷା ପରିଚାଳନା ନେଇ ନିଷ୍ପତ୍ତିକୁ ସେ ଦୃଢ ବିରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.