ନୂଆଦିଲ୍ଲୀ: ଅଲିଗଡ଼ରେ ଦେଢ ବର୍ଷର ଶିଶୁ କନ୍ୟାକୁ ପରେ ହତ୍ୟା ଘଟଣା । ସାରା ଦେଶରେ ସୃଷ୍ଟି କରିଛି ଚାଞ୍ଚଲ୍ୟ । ଘଟଣାକୁ ନେଇ ସାରା ଦେଶରେ ନିନ୍ଦା କରାଯାଉଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ବିଟ କଲେ କଂଗ୍ରେସ ଅଧ୍ୟକ୍ଷ । ସେପଟେ, ଏଭଳି କାଣ୍ଡକୁ ଅମାନବୀୟ କାଣ୍ଡ କହିଛନ୍ତି ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ।
ଦେଢ ବର୍ଷର ଶିଶୁ କନ୍ୟା ସହ ଏଭଳି କାଣ୍ଡକୁ ଅମାନବୀୟ କହିବା ସହ ନିଶବ୍ଦ ହୋଇଯାଇଛନ୍ତି ପ୍ରିୟଙ୍କା । ଏବେ ପୀଡିତାଙ୍କ ବାପା-ମାଆଙ୍କ କଷ୍ଟକୁ ସେ କଳ୍ପନା କରିପାରୁନଥିବା ବେଳେ ସମାଜ କେଉଁ ଦିଗକୁ ଗତି କରିବାରେ ଲାଗୁଛି ବୋଲି ପ୍ରିୟଙ୍କା କହିଛନ୍ତି ।
ସେପଟେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ତ୍ରୀବ ନିନ୍ଦା କରିଛନ୍ତି । ଏଭଳି ଘଟଣା ତାଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ବ୍ୟତିବ୍ୟସ୍ତ କରିପକାଇଛି । କୋମଳମତି ଶିଶୁ ସହ କିଏ ଏପରି କରିପାରେ । ଏଭଳି ଅପରାଧ ପାଇଁ ଦୋଷୀକୁ ନିଶ୍ଚୟ ଦଣ୍ଡିତ କରାଯାଉ । ଆଉ ଏନେଇ ୟୁପି ପୋଲିସ ତତ୍ପରତା ଦେଖାଇବା ଉଚିତ ବୋଲି ସେ କହିଛନ୍ତି ।